ତନ୍ଦୁର େୱବସିରିଜ ପରେ ନିଜକୁ ବଦଳାଇ ଥିଲେ

ଦିଲ୍ଲୀ: ଜୁଲାଇ ୨୨: ୱାନ୍‌ ନାଇଟ୍‌ ଷ୍ଟାଣ୍ଡ ଫିଲ୍ମରେ ନିଜ ଅଭିନୟର ନିପୂଣତା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିବା ଅଭିନେତା ତନୁଜ ଭିର୍‌ୱାନୀ ନିଜ ଆଗାମୀ େୱବସିରିଜ ବିଷୟରେ ନିଆରା ଖବର ଦେଇଛନ୍ତି ।
ସେ କହିଛନ୍ତି, େୱବସିରିଜରେ ତାଙ୍କ ଚରିତ୍ର ଆତ୍ମଗର୍ବୀ ବ୍ୟକ୍ତିର ରହିଥିଲା । ଯିଏ ନିଜ ଆଖପାଖ ଲୋକଙ୍କ ଉପରେ ମାଲିକାନା ଜାହିର କରିବା ସହିତ ସେମାନଙ୍କୁ ନିମ୍ନ ନଜରରେ ଦେଖୁଥିଲା । ଅଭିନେତା ଏହି ଚରିତ୍ରକୁ ଆପଣେଇବା ପାଇଁ ବହୁତ ଅଭ୍ୟାସ କରିଥିଲେ । ଏହାର ସୁଟିଂ ପରେ ସେ ଚରିତ୍ରରୁ ବାହାରିବା ପାଇଁ ନିଜକୁ ପରିବର୍ତ୍ତନ କରାଇଥିଲେ ଓ ମାଇଣ୍ଡକୁ ଫ୍ରେସ୍‌ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଏକ ସତ୍ୟ ଘଟଣା ଉପରେ ଏହି େୱବସିରିଜର କାହାଣୀ ଆଧାରିତ । ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ରଶ୍ମି ଦେଶାଇ ଦର୍ଶକଙ୍କୁ ନଜର ଆସିବେ ।

Comments are closed.