‘ଡ୍ୟାନ୍‌ସ ଡିୱାନେ ୩’ରେ ମୀରାବାଈ ଚାନୁ

ଦିଲ୍ଲୀ,ଅଗଷ୍ଟ ୧୩: ଟୋକିଓ ଅଲମ୍ପିକ୍ସରେ ରୌପ୍ୟ ପଦକ ବିଜେୟିନୀ ମୀରାବାଈ ଚାନୁ ‘ଡ୍ୟାନ୍‌ସ ଡିୱାନେ’ ସିଜନ୍‌ ୩ରେ ସ୍ୱାଧୀନତା ଦିବସ ଅବସରରେ ଅତିଥି ହୋଇ ଯାଇଛନ୍ତି । ଶୋ’ରେ ତାଙ୍କର ଭବ୍ୟ ସ୍ୱାଗତ ହେବା ସହ ପ୍ରତିଯୋଗୀ ପାପାଇ, ଅନ୍ତରା ଏବଂ ତରୁଣ ନୃତ୍ୟ ମାଧ୍ୟମରେ ମୀରାବାଈଙ୍କ ଜୀବନର ସଂଘର୍ଷ ପଦର୍ଶନ କରିଥିଲେ । ଯାହାକୁ ଦେଖି ମୀରାବାଈଙ୍କ ଆଖିରୁ ଲୁହ ଆସିଯାଇଥିଲା । ଅନ୍ୟ ଜଣେ ଆସାମର ପ୍ରତିଯୋଗୀ ଗୁଞ୍ଜନ ମଧ୍ୟ ନିଜ ନୃତ୍ୟ ମାଧ୍ୟମରେ ମୀରାବାଈଙ୍କୁ ଆକର୍ଷିତ କରିଥିଲେ । ଏହାପରେ ମୀରାବାଈ ସମସ୍ତ ପ୍ରତିଯୋଗୀଙ୍କ ସହିତ ମିଶି ପିଜା ଖାଇଥିଲେ । ସେହି ନୃତ୍ୟ କାର୍ଯର୍୍ୟକ୍ରମର ବିଚାରପତି ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କୁ ଦେଖି ସେ ବହୁତ ଖୁସି ହୋଇଥିଲେ ଓ ସେ ମାଧୁରୀଙ୍କ ବହୁତ ବଡ଼ ଫ୍ୟାନ୍‌ ବୋଲି କହିଥିଲେ । ମୀରାବାଈଙ୍କ ବ୍ୟତୀତ ଏହି ଶୋ’ରେ କ୍ରିକେଟ ଖେଳାଳୀ କପିଲ ଦେବ, ମୋହିନ୍ଦର ଅମରନାଥ, ସାବର ଫେନସର(ତଲୱାର ଯୋଦ୍ଧା) ଖେଳାଳୀ ଭବାନୀ ଦେବୀ ଏବଂ ରେସଲର ପ୍ରିୟା ମଲ୍ଲିକ ଉପସ୍ଥିତ ରହିଥିଲେ ।

Comments are closed.