ଡ୍ରୋନ୍‌ ବ୍ୟବହାର ପାଇଁ ଆସିଲା ନୂଆ ନିୟମ

ଦିଲ୍ଲୀ: ଅଗଷ୍ଟ ୨୬: ଏବେ ଦେଶରେ ସାଧାରଣରେ ଡ୍ରୋନ୍‌ ଚଳାଚଳ କରିବା ସହଜ ହେବ । ଏନେଇ ନାଗରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଏମ୍‌ଓସିଏ) ଆଜି ଡ୍ରୋନ୍‌ ବ୍ୟବହାର କ୍ଷେତ୍ରରେ ନୂଆ ନିୟମ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି । ନୂଆ ନିୟମ ଅନୁସାରେ, ଓଜନିଆ ଜିନିଷ ବହନ କରୁଥିବା ଡ୍ରୋନ୍‌ ଏବଂ ଡ୍ରୋନ୍‌ ଟ୍ୟାକ୍ସି ଆଗରୁ ୩୦୦ କିଲୋଗ୍ରାମର ଜିନିଷ ପରିବହନ କରିବାର ନିୟମ ରହିଥିଲା । ମାତ୍ର ତାହା ଏବେ ୫୦୦ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି । ସେହପରି ଡ୍ରୋନ୍‌ ବ୍ୟବହାର କରିବାର ପଞ୍ଜିକରଣ ଓ ଲାଇସେନ୍ସ ପୂର୍ବରୁ ସୁରକ୍ଷା ଅନୁମତିର ଆବଶ୍ୟକତା ନାହିଁ । ନାମମାତ୍ର ଫି ସହିତ ଡ୍ରୋନ୍‌ ଚଳାଚଳ କରିବାର ଅନୁମତି ମିଳିବ । ନୂତନ ନିୟମ ଅନୁଯାୟୀ ଡ୍ରୋନ୍‌ ବ୍ୟବହାର ଅନୁମତି ପାଇଁ ଶୁÂ କମ୍‌ କରାଯାଇଛି । ଏହିସବୁ ନିୟମ ଉଲଘଂନ କଲେ ଦଣ୍ଡ ର ମଧ୍ୟ ପ୍ରାବଧାନ ରହିଛି । ତେବେ ଡ୍ରୋନ୍‌ ଚଳାଇବା ପାଇଁ ଏକ ପରିଚୟ ନମ୍ବର କରିବାକୁ ପଡ଼ିବ । କେତେକ ବିଶେଷ କ୍ଷେତ୍ରରେ ପରିଚୟ ନମ୍ବର ଅନାବଶ୍ୟକ କରାଯାଇଛି । ଡିଜିଟାଲ ସ୍କାଏ ପ୍ଲାଟଫର୍ମରେ ବ୍ୟବହୃତ ଡ୍ରୋନ୍‌ର ସ୍ୱତନ୍ତ୍ର ପରିଚୟ ନମ୍ବର କରାଯିବ ।

Comments are closed.