ଡ୍ରେନେଜ ଅଧିକାରୀଙ୍କ ସଫେଇ ଅନୁଧ୍ୟାନ

0

ଫୁଲନଖରା: ସେପ୍‌ଟେମ୍ବର ୧: ମହୁରା ସଫେଇ ନାଳରେ ଦଳ ଭର୍ତ୍ତି ହୋଇ ରହିଛି । ତେତେକ ସ୍ଥାନରେ ଦଳ ପଚି ଦୁର୍ଗନ୍ଧ ଛାଡ଼ୁଛି । ଫଳରେ ଜଳ ନିଷ୍କାସନ ପଥ ଅବରୋଧ ହୋଇଛି । ଏ ନେଇ ଏକ ଖବର ଗଣମାଧ୍ୟମରେ ଗତକାଲି ପ୍ରକାଶ ପାଇବା ପରେ ଆଜି ଡ୍ରେନେଜ ବିଭାଗ ତତ୍ପର ହୋଇଉଠିଛନ୍ତି । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା, ଉପନିର୍ବାହୀ ଯନ୍ତ୍ରୀ ଦୟାନିଧି ନାଥ, ସହକାରୀ ଯନ୍ତ୍ରୀ ପିକେ ପଣ୍ଡା ପ୍ରମୁଖ ଅଧିକାରୀ ସମୃକ୍ତ ସ୍ଥାନ ପରିଦର୍ଶନ କରିବା ସହିତ ସମସ୍ୟାର ସମାଧାନ ସକାଶେ ଆଲୋଚନା କରିଛନ୍ତି । ମହୁରା ନାଳ ପରିଦର୍ଶନ କରିବା ପରେ ଅଧିକାରୀମାନେ ସମ୍ପୃଚ୍ଛ ଅଞ୍ଚଳ ଗସ୍ତ କରି ଅରିଲୋ, ଦକ୍ଷିଣ ଉଷୁମା ଓ ସନ୍ତୋଳ ଅଞ୍ଚଳ ଗ୍ରସ୍ତ କରି ସ୍ଥାନୀୟ ଚାଷୀ ଶ୍ୟାମ ପାତ୍ର, ଲଳିତକୁମାର ଦାଶ, ସମରେନ୍ଦ୍ର ହାତୀ, ବିଷ୍ଣୁ ଦାସ, ଧିରେନ୍ଦ୍ର ନାଥ ପ୍ରମୁଖ ସହିତ ଆଲୋଚନା କରିଥିଲେ । ଉଚ୍ଚ ସଫେଇ ନାଳରେ ଥିବା ଆଡ଼ିବନ୍ଧରୁ ଦଳ ସଫେଇ ନିମନ୍ତେ ତୁରନ୍ତ ବ୍ୟବସ୍ଥା କରିବାକୁ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.