ଡିସେମ୍ବର 2021 ରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ବିଶେଷ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନରେ ପରିବର୍ତ୍ତନ

ଭୁବନେଶ୍ୱର: ଅଗଷ୍ଟ ୪: ହାଓଡ଼ା ଷ୍ଟେସନରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଦକ୍ଷିଣ ପୂର୍ବ ରେଳପଥ ଡିସେମ୍ବର 2021 ର ପ୍ରଥମ ସପ୍ତାହରୁ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ ଟ୍ରେନ ପାଇଁ ଟର୍ମିନାଲ ଷ୍ଟେସନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

08306 ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ସମ୍ବଲପୁରରୁ 3 ଡିସେମ୍ବର, 2021 ଠାରୁ ହାଓଡ଼ା ଷ୍ଟେସନ ପରିବର୍ତ୍ତେ  ଶାଲିମାର ଷ୍ଟେସନ ଠାରେ ଗନ୍ତବ୍ୟ ସମାପନ କରିବ | ସେହିଭଳି, 08305 ହାଓଡ଼ା-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍ 4 ଡିସେମ୍ବର, 2021 ଠାରୁ ହାଓଡ଼ା ପରିବର୍ତ୍ତେ ଶାଲିମାର ଷ୍ଟେସନ ଠାରୁ ଏହାର ଯାତ୍ରା ପ୍ରାରମ୍ଭ କରିବ |
ଏହି ଟ୍ରେନ୍ ଶାଲିମାରରୁ ରାତ୍ରି ୮ଘ.୪୫ମି.ରେ ଛାଡି ସନ୍ତ୍ରାଗାଛିରେ ରାତ୍ରି ୮ଘ.୫୮ମି.ରେ ପହଞ୍ଚିବ ଏବଂ ରାତ୍ରି ୯ ଘଟିକାରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ | ଫେରିବା ସମୟରେ ଏହି ଟ୍ରେନ୍ ସନ୍ତ୍ରାଗାଛିରେ ସକାଳ ୦୬ଘ.୧୩ମି.ରେ ପହଞ୍ଚି  ୦୬ଘ.୧୫ମି.ରେ ଛାଡି ଶାଲିମାରରେ ସକାଳ ୦୬ଘ.୫୦ମି.ରେ ପହଞ୍ଚିବ |

Comments are closed.