ଡିସେମ୍ବରରେ ଇଣ୍ଡିଆନ୍‌ ଓପନ ବ୍ୟାଡ଼ମିଣ୍ଟନ

Reported by Shakti Prakash Nanda

ଭୁବନେଶ୍ୱର: ମେ ୨୪: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଇଣ୍ଡିଆନ୍‌ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଗାମୀ ଡିସେମ୍ବର ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି BWF‌ ସଂଶୋଧିତ କ୍ୟାଲେଣ୍ଡର ଘୋଷଣା କରିଛି । ମାର୍ଚ୍ଚ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଇଣ୍ଡିଆନ୍‌ ଓପନ ଆୟୋଜନ ହେବାର ଥିଲା । କିନ୍ତୁ କରୋନା ପାଇଁ ସ୍ଥଗିତ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତା ପୂର୍ବରୁ ଅଗଷ୍ଟ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ ଓପନ, ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ସୟଦ ମୋଦି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ୮ଟି ଟୁର୍ଣ୍ଣାମେଣ୍ଟକୁ ପୂର୍ବସୂଚୀରୁ ବାଦ ଦିଆଯାଇଛି । ଏସବୁ ପ୍ରତିଯୋଗିତା ନୂଆ ସୂଚୀ ଅନୁଯାୟୀ ଆୟୋଜନ ହେବ । ଏଗୁଡିକ ହେଲା ନୁ୍ୟଜିଲାଣ୍ଡ ଓପନ, ସୁପର-୩୦୦, ଇଣ୍ଡୋନେସିଆ ଓପନ ସୁପର-୧୦୦୦, ମାଲେସିଆ ଓପନ ସୁପର-୭୫୦, ଥାଇଲାଣ୍ଡ ଓପନ ସୁପର-୫୦୦ ଏବଂ ଚାଇନା ଟୁର୍‌ ଫାଇନାଲ । ବିଡବ୍ଲì୍ୟଏଫ୍‌ ସାଧାରଣ ସମ୍ପାଦକ ଥୋମାସ କହିଛନ୍ତି ଯେ, ବ୍ୟାଡ଼ମିଣ୍ଟନର ପୁନରୁଉଦ୍ଧାର ପାଇଁ ଯୋଜନା କରିବା କଷ୍ଟକର କାର୍ଯ୍ୟ । ଅଳ୍ପ ସମୟ ମଧ୍ୟରେ ଅନେକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । କିନ୍ତୁ ଆମେ ନିଶ୍ଚିତ ଯେ, ପୁଣିଥରେ ବ୍ୟାଡ଼ମିଣ୍ଟନର ଶୁଭାରମ୍ଭ ହେବ । ଅନ୍ତର୍ଜାତୀୟସ୍ତରରେ ଖେଳାଳୀଙ୍କ ଗତିବିଧି କେବେ ଆରମ୍ଭ ହେବ ଏବଂ ପ୍ରବେଶ ସମ୍ବନ୍ଧୀୟ ପ୍ରତିବନ୍ଧକ କେବେ ହଟାଯିବା ତାହା ପୂର୍ବରୁ ମାନ କରିବା କଷ୍ଟକର ବୋଲି ଥୋମାସ କହିଛନ୍ତି ।

Comments are closed.