ଟ୍ରେଣ୍ଡିଂରେ ‘ମିଲ୍‌କ କ୍ରେଟ୍‌’ ଚ୍ୟାଲେଞ୍ଜ

0

ଦିଲ୍ଲୀ: ଅଗଷ୍ଟ ୨୭: ଇଣ୍ଟରନେଟ୍‌ର କ୍ରେଜ୍‌ ବଢ଼ିବା ଦିନଠୁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ୍‌ ସୋସିଆଲ ମିଡିଆରେ ଆସୁଛି । ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ଲୋକମାନେ ରାତାରାତି ଷ୍ଟାର ମଧ୍ୟ ପାଲଟିଯାଉଛନ୍ତି । ଆଜିକାଲି ଏକ ନୂଆ ଚ୍ୟାଲେଞ୍ଜ ଦେଖିବାକୁ ମିଳିଛି, ଯେଉଁଥିରେ ଲୋକମାନେ ନିଜର ହାଡ଼ଗୋଡ଼ ଭାଙ୍ଗିବାକୁ ମଧ୍ୟ ପଛଉନାହାନ୍ତି ଏବଂ ଏହାକୁ ଉପଭୋଗ ମଧ୍ୟ କରୁଛନ୍ତି । ଏହି ଚ୍ୟାଲେଞ୍ଜର ନାଁ ରଖାଯାଇଛି ‘ମିଲ୍‌କ କ୍ରେଟ୍‌ ଚ୍ୟାଲେଞ୍ଜ’ । ଟିକ୍‌ଟକ୍‌ରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜ ଆଜି ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି । ଏଥିରେ ଆପଣଙ୍କୁ ମିଲ୍‌କ କ୍ରେଟ ଅର୍ଥାତ କ୍ଷୀର ପ୍ୟାକେଟର ପ୍ଲାଷ୍ଟିକ ବାସ୍କେଟ୍‌କୁ ଗୋଟିଏ ପରେ ଗୋଟିଏ ଶିଢି ପରି ରଖିବାକୁ ପଡ଼ିବ ଏବଂ ଯେପରି ଶିଢିରେ ଚାଲନ୍ତି ସେହିପରି ହିଁ ଆପଣଙ୍କୁ ଏହି କ୍ରେଟ ଉପରେ ପାଦ ରଖି ରଖି ଯିବେ । ମୁଖ୍ୟତଃ ଏହି ଚ୍ୟାଲେଞ୍ଜ ସନ୍ତୁଳନ ଉପରେ ଆଧାରିତ । ନିଜର ସନ୍ତୁଳନକୁ ରକ୍ଷା କରି ଯିଏ ଉପର କ୍ରେଟ୍‌ ପର୍ଯ୍ୟନ୍ତ ପହଞ୍ଚିପାରେ, ସେ ହିଁ ଏହି ଚ୍ୟାଲେଞ୍ଜ ଜିତି ଥାଏ । ତେବେ ଭାଇରାଲ ଏହି ଚ୍ୟାଲେଞ୍ଜ ଭିଡିଓରେ ଅଧିକାଂଶ ଲୋକ ବିଫଳ ହେଉଥିବା ହିଁ ଦେଖିବାକୁ ମିଳିଛି । କ୍ରେଟ୍‌ରୁ ତଳକୁ ପଡ଼ିଯାଉଥିବା ଭିଡିଓ ବେଶି ଭାଇରାଲ ହେଉଛି । ଏହି ଚ୍ୟାଲେଞ୍ଜକୁ କରୁଥିବା ବେଳେ ଅଧିକାଂଶ ଲୋକ ଗୁରୁତର ଆହତ ହେଉଛନ୍ତି, ଏପରିକି ହାତଗୋଡ଼ ମଧ୍ୟ ଭାଙ୍ଗି ଯାଉଛି । ଏହାପରେ ବି ଲୋକମାନେ ଏହାକୁ କରିବାକୁ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.