ଟୋକିଓ ଅଲମ୍ପିକ୍ସରେ ୫ ଜଣ ଓଡ଼ିଆ ପ୍ରତିଯୋଗୀ

ଭୁବନେଶ୍ୱର: ଜୁଲାଇ ୨୩: ଆଜିଠାରୁ ଜାପାନର ରାଜଧାନୀ ଟୋକିଓରେ ଜଳିଛି ଅଲମ୍ପିକ୍ସ ମଶାଲ । କରୋନା ବଢ଼ିବା ଆଶଙ୍କାକୁ ନେଇ ଜାପାନବାସୀଙ୍କ ବିରୋଧ ସତ୍ତେ୍ୱ ଅଲମ୍ପିକ୍ସ ଖେଳ ଉଦ୍‌ଘାଟନ ଉସିବ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି । ଉଦ୍‌ଘାଟନୀ ଉସିବ ଜାପାନ ନାସନାଲ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି । ଏହି ଅଲମ୍ପିକ୍ସ ମହାସମର ଆଗାମୀ ଅଗଷ୍ଟ ୮ ତାରିଖ ଯାଏଁ ଏହା ଚାଲିବ ।
ଓଡ଼ିଶାରୁ ୫ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ସାମିଲ ହେବେ । ସେହ ପ୍ରତିଯୋଗୀମାନେ ହେଉଛନ୍ତି, ଦୂତି ଚାନ୍ଦ(ଦୌଡ଼), ବୀରେନ୍ଦ୍ର ଲାକ୍ରା(ହକି), ଅମିତ୍‌ ରୋହିଦାସ(ହକି), ଦୀପଗ୍ରେସ୍‌ ଏMା(ମହିଳା ହକି), ନମିତା ଟୋେª(ସଂରକ୍ଷିତ ଖେଳାଳୀ) ।
୧୮ଟି ଇଭେଣ୍ଟରେ ୧୨୭ ଜଣ ପ୍ରତିଯୋଗୀ ଭାରତରୁ ସାମିଲ୍‌ ହୋଇଛନ୍ତି । ପ୍ରତିଯୋଗୀଙ୍କ ମଧ୍ୟରୁ ଛଅ ଥର ବିଶ୍ୱ ବିଜୟିନୀ ମୁଷ୍ଟିଯୋଦ୍ଧା ଏମ୍‌ସି ମେରୀକମ୍‌ ଏବଂ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ୍‌ ତ୍ରିରଙ୍ଗା ଧରି ଧାଡ଼ିର ଅଗ୍ରଭାଗରେ ଚାଲିବେ ।
ଏଥର ଅଲମ୍ପିକ୍ସରେ ମୋଟ୍‌ ୨୦୬ଟି ଦେଶର ୧୧ ହଜାର ୪୦୦ ଜଣ ପ୍ରତିଯୋଗୀ ଭାଗ ନେବେ ।

Comments are closed.