ଟିବି ନେଇଗଲା କୁଲୁ ର ଜୀବନ

0

ବାରଙ୍ଗ (ସବ୍ୟୁ):ଜୁନ ୨୩: ନନ୍ଦନକାନନ ପ୍ରାଣୀଉଦ୍ୟାନ ର ୧୫ନଂ ଖୁଆଡରେ ରହୁଥିବାମାଇ ହିମାଳୟଭାଲୁ କୁଲୁର ମଙ୍ଗଳବାରଦିନ ମୃତ୍ୟୁବରଣ କରିଛି ।୨୫ବର୍ଷ ବୟସ୍କ ଏହି ଭାଲୁ କୁଲୁ ଗତ କିଛି ଦିନହେବ ଯକ୍ଷ୍ମାରେ ପଡିତ ହୋଇ ଚିକିସ୍‌ିତ ହେଉଥିଲା ।୨୬ଡିସେମ୍ବର୧୯୯୫ରେ ଜନ୍ମଗ୍ରହଣ କରିଥିବା କୁଲୁ ୧୭ମେ୨୦୨୦ରୁ ଅସୁସ୍ଥ ହେବାକୁ ଆରମ୍ଭ କରିବା ସହ ଗତ ବୁଧବାରଦିନ ଅସୁସ୍ଥତା ପରିମାଣ ବଢିଯାଇଥିଲା ।ତାକୁ ସେହି ଖୁଆଡର ଫିଡିଂଚାମ୍ବରରେ ରଖାଯାଇ ଓୟୁଏଟି ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଚିକିସ୍‌ା ଆଗେଇଥିଲା ।ହେଲେ ତାକୁ ବଂଚାଇବାରେ ଡାକ୍ତରମାନେ ସଫଳ ହୋଇପାରିନଥିଲେ । ମଙ୍ଗଳବାରଦିନ ଅପରାହ୍ନ ୩ଟାରେ ତାର ମୃତ୍ୟୂ ଘଟିଥିଲା ।ମୃତ୍ୟୁପରେ ହିମାଳୟ କଳା ଭାଲୁ ସଂଖ୍ୟ୍ୟା ହ୍ରାସ ପାଇ ୫ରେ ପହଁଚିଛି ।ତେବେ ସାଧାରଣତ ଏହି ଭାଲୁମାନେ ୨୫ବର୍ଷ ବଂଚନ୍ତି ।ସେ ବଂଚିଥିବା ସମୟରେ ନନ୍ଦନକାନନକୁ ୪ଟିଛୁଆ ଦେଇଛି ।ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ଘଟିଛି ବୋଲି ଉପ-ନିର୍ଦ୍ଦେଶକ ଜୟନ୍ତକୁମାରଦାସ କହିଛନ୍ତି ।

Leave A Reply

Your email address will not be published.