ଟାଟା ପାୱାର ଅଧିନକୁ ଗଲା ସେସୁ; ହସ୍ତାନ୍ତର ହେଲା ୫୧ ପ୍ରତିଶତ ଅଂଶଧନ

ଭୁବନେଶ୍ୱର : ଜୁନ ୦୧ :ସୋମବାର ଠାରୁ ‘ସେସୁ’ ଟାଟା ପାୱାର କମ୍ପାନୀ ଅଧୀନକୁ ଯାଇଛି । ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ଟାଟା ପାୱାର ସେଣ୍ଟା୍ରଲ୍‌ ଓଡ଼ିଶା ଡିଷ୍ଟି୍ରବୁ୍ୟସନ୍‌ ଲିଃ ନାମରେ ନାମିତ ହେବ । ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ ଅଫ୍‌ ଡାଇରେକଫର୍ସ ରହିବେ । ସେଥିରେ ଟାଟା ପାୱାର ୫ ଜଣ ଏବଂ ସରକାରଙ୍କ ତରଫରୁ ୪ ଜଣ ଡାଇରେକଫର ରହିବେ । ବୁଝାମଣା ଅନୁଯାୟୀ ବର୍ତ୍ତମାନ ଗ୍ରୀଡ୍‌କୋର ଅଧ୍ୟକ୍ଷ ଶ୍ରୀ ସୌରଭ ଗର୍ଗ ଏହି ବୋର୍ଡର ଡାଇରେକଫର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଚଳାଇବେ । ତତ୍‌ବ୍ୟତୀତ ଯେଉଁ କର୍ମଚାରୀମାନେ ସେସୁ ଅଧୀନରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବବତ୍‌ ନୂତନ କମ୍ପାନୀରେ କାର୍ଯ୍ୟ କରିବେ । ତାଙ୍କର ଚାକିରି ସର୍ତ୍ତରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁଁ ସେସୁର ୫ଟି ସର୍କଲ ଟାଟା ପାୱାର ଅଧୀନକୁ ଆସିଛି । ଏଥିରେ ଭୁବନେଶ୍ୱରର ୨ଟି ସର୍କଲ, ଢେଙ୍କାନାଳ, କଟକ ଓ ପାରାଦ୍ୱୀପର ଗୋଟିଏ ଲେଖାଏଁ ସର୍କଲ ରହିଛି । ଏହି ସର୍କଲଗୁଡ଼ିକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ମଧ୍ୟରେ ଅନ୍ତର୍ଗତ । ‘ସେସୁ’ ଟାଟା ପାୱାରକୁ ଯିବା ପରେ ପୂର୍ବରୁ କମ୍ପାନୀ ସମ୍ମୁଖୀନ ହେଉଥିବା ସମୁଦାୟ ବୈଷୟିକ ଓ ବାଣିଜି୍ୟକ କ୍ଷତିକୁ ରୋକାଯାଇ ପାରିବ । ବିଦୁ୍ୟତ ସେବାରେ ଉନ୍ନତି ଆଣିବା, ଉନ୍ନତ ମାନର ବିଦୁ୍ୟତ ବଣ୍ଟନ ଏବଂ ସୁବ୍ୟବସ୍ଥିତ ବିଦୁ୍ୟତ ଦେୟ ଆଦାୟ ହୋଇପାରିବ ବୋଲି ଆଶା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଏହି ବିକି୍ର ପ୍ରକ୍ରିୟା ଚାଲିଥିଲା ଏବଂ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ନୂଆ କମ୍ପାନୀରେ ପରିଣତ ହେବା ଧାର୍ଯ୍ୟ ହୋଇଥିଲା । ତେବେ କୋଭିଡ୍‌ ପାଇଁ ଏହି ବିଳମ୍ବ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।

Comments are closed.