ଜୁଲାଇରୁ କଲେଜ ଖୋଲିବାକୁ ଦାବି; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଅଧ୍ୟାପକ ସଂଘ

ଅଧିକାଂଶ କଲେଜ ହୋଇଛି ସଙ୍ଗରୋଧ କେନ୍ଦ୍ର ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲୁ

0

ଭୁବନେଶ୍ୱର(ସବୁ୍ୟ) :ଜୁନ ୧୬: ଆସନ୍ତାକାଲି କଲେଜ ଓ ବିଶ୍ୱବିଦ୍ୟାଳୟକୁ ଅଧ୍ୟାପକ କାର୍ଯ୍ୟରେ ଯୋଗୁ ଦେବାକୁ ନିଷ୍ପତ୍ତି ହୋଇଥିଲା । ଜୁନ୍‌ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ନଖୋଲିବାକୁ ୬୬୨ ଓ ୪୮୮ କଲେଜ ସଂଘ କହିଛି । ଜୁଲାଇରୁ କଲେଜ ଖୋଲିବାକୁ ଅଧ୍ୟାପକ ସଂଘ ପକ୍ଷରୁ ଦାବି କରାଯାଇଛି ।
କଲେଜ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗରେ ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିଭିନ୍ନ ଅଧ୍ୟାପକ ସଂଘର କର୍ମକର୍ତ୍ତା ସାକ୍ଷାତ କରି ବିଭିନ୍ନ ଦାବି ଜଣାଇଛନ୍ତି । ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ବି ଦାବି ଉପସ୍ଥାପିତ ହୋଇଛି । ଏହି ଅବସରରେ ଅଧିକାଂଶ କଲେଜ ସଙ୍ଗରୋଧ କେନ୍ଦ୍ର ହୋଇଥିବା ନେଇ ଉଭୟ ସଂଘ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ଅପରପକ୍ଷରେ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ଅଗଷ୍ଟ୧୫ ପରେ ସ୍କୁଲ ଓ କଲେଜ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏଭଳି ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଜୁନ୍‌ ୮ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୋଭିଡ୍‌-୧୯ ନିର୍ଦେଶାବଳିକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ହେଲେ ଅଧ୍ୟାପକ, ଅଫିସର ଓ କର୍ମଚାରୀ ଶିକ୍ଷାନୁଷ୍ଠାନରେ କ’ଣ କରିବେ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଯାହାକୁ ନେଇ ଅଧ୍ୟାପକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.