ଜୁନ୍‌ରେ ୧୦ ହଜାର ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Edited by Papu Mohanty

ଭୁବନେଶ୍ୱର : May 21:ଜୁନ୍‌ ମାସରେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଟପିବ ବୋଲି ଜଣାପଡିଛି । ଏହି ସୂଚନା ଦେଇଛନ୍ତି ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବୈଶୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ ଏହି ଖବରରେ କେହି ବିଚଳିତ ହେବା ଉଚିତ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛ;ି । ସେ କହିଛନ୍ତି ଯେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଦୁଇଟି ମୁଖ୍ୟ କାରଣ ରହିଛି ସଂକ୍ରମଣ ବଢିବା ଆମେ ଚାହୁଁଛେ ତେଣୁ ଅଧିକ ଟେଷ୍ଟ କରୁଛୁ । ସଂକ୍ରମଣ ନହେଲେ ଆମ ଭିତରେ ଗୋଷ୍ଠୀ ସଂକ୍ରମଣର ପ୍ରତିରୋଧକ ଶକ୍ତି ରହିବ ନାହିଁ । ଆମକୁ ଅଧିକ ସଂକ୍ରମଣ ଦରକାର କାରଣ ଆମେ ସଂକ୍ରମଣ ପ୍ରତିରୋଧକ ଶକ୍ତି ଚାହୁଁଛୁ ଓ ଏହି ଶକ୍ତି ଆସିବାକୁ ହେଲେ ଦୁଇ ତୃତୀୟାଂଶ ଲୋକଙ୍କୁ ସଂକ୍ରମଣ ହେବା ଦରକାର । ସଂକ୍ରମଣ ବୃଦ୍ଧି ହିଁ ଆମର ସଫଳତା ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

Comments are closed.