ଜାଗର ଦେଖିଫେରିବା ବେଳେ ଗଣଦୁଷ୍କର୍ମ

ମହିଳା ଗୁରୁତର

ସମୟ ଲାଇଭ,22/2(ଉମା କଲ୍ୟାଣ ମହାପାତ୍ର):ଶିବରାତ୍ରୀରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ରେ ଏପରି ଘଟଣା ଘଟିଥିବା ଜଣା ପଡିଛି । ଭଣ୍ଡାରିପୋଖରୀ ଥାନା ଅଞ୍ଚଳ ର ଜନୈକ ମହିଳା ଜାଗର ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ । ଦର୍ଶନ ସାରି ଫେରିବା ବେଳେ ରାସ୍ତାରୁ ଦୁଇଜଣ ଅଜଣା ଯୁବକ ମହିଳା ଙ୍କୁ ନିକଟ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ । ମୁଁହରେ କପଡା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଚିତ୍କାର କରିବାରୁ ଯୁବକ ଦୁଇଜଣ ପଳାଇଯାଇଥିଲେ । ସ୍ଥାନୀୟ ଲୋକେ ମହିଳାଙ୍କ ଚିତ୍କାର ଶୁଣି ଭଣ୍ଡାରିପୋଖରୀ ପୋଲିସ କୁ ଖବର ଦେଇଥିଲେ । ପୋଲିସ ମହିଳା ଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛି । ମହିଳା ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସୂଚନା ମିଳିଛି । ଏତଲା ଆଧାର ରେ ଭଣ୍ଡାରିପୋଖରୀ ପୋଲିସ ଦୁଇଜଣ ଅଜଣା ଯୁବକଙ୍କ ନାମ ରେ ମାମଲା ରୁଜୁ କରିଛି ।

Comments are closed.