ଜଳୁଛି ଆମେରିକା: ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଡାକିଲେ ଟ୍ରମ୍ପ

ୱାଶିଂଟନ: ଜୁନ ୦୩: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଦେଶରେ ମୁଣ୍ଡ ଟେକିଥିବା ଜାତିଆଣ ହିଂସାକାଣ୍ଡକୁ ଦମନ କରିବା ପାଇଁ ସେନାକୁ ଡାକିଛନ୍ତି ।ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସାରା ଦେଶରେ ସେନା ନିୟୋଜନ ପାଇଁ ସେ ୧୮୦୭ ଆଇନ କାର୍ଯ୍ୟକାରୀ କରୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ରାଜଧାନୀ ୱାଶିଂଟନକୁ ସୁରକ୍ଷା ଦେବା ପାଇଁ ଏକ ର୍ନିଣ୍ଣାୟକ ପଦକ୍ଷେପ ନେଉଛି । ଏହି ବର୍ବର ଆକ୍ରମଣକୁ ରୋକିବା ଏବଂ ଦେଶର ସମ୍ପତ୍ତିର ସୁରକ୍ଷା ପାଇଁ ସେ ୱାଶିଂଟନରେ ହଜାର ହଜାର ସଶସ୍ତ୍ର ବାହିନୀ ସହିତ ସୈନ୍ୟ ନିୟୋଜିତ କରିବେ । ଆମେରିକାର ଏହି ଅଧିନିୟମ ଆମେରିକାର ରାଷ୍ଟ୍ରପତିଙ୍କୁ ବିଶେଷ ଶକ୍ତି ପ୍ରଦାନ କରେ I ୧୮୦୭ ର ବିଦ୍ରୋହ ଅଧିନିୟମ ଅନୁଯାୟୀ, ରାଷ୍ଟ୍ରପତି ଦେଶରେ ବିରୋଧ ସମୟରେ ଆମେରିକାର ସହରରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅନୁମତି ଦେଇପାରନ୍ତି । ସୂଚନା ଥାଉକି ରୋଡନୀ କିଙ୍ଗ ଦଙ୍ଗା ସମୟରେ ୧୯୯୨ ରେ ଏହା ଶେଷ ଥର ପାଇଁ ବ୍ୟବହାର କରିଥିଲେ । ସେ କହିଛନ୍ତି ଯେ ଦେଶର ରାଷ୍ଟ୍ରପତି ଭାବରେ ମୋର ପ୍ରଥମ ତଥା ସର୍ବୋଚ୍ଚ କର୍ତ୍ତବ୍ୟ ହେଉଛି ଏହି ମହାନ ଦେଶ ତଥା ଆମେରିକୀୟ ନାଗରିକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ସଙ୍କଟରୁ ରକ୍ଷା କରିବା । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ପର୍ଯ୍ୟାପ୍ତ ସଂଖ୍ୟକ ଜାତୀୟ ସେନା ନିୟୋଜନ କରିବାକୁ ସେ ଦୃଢ ଭାବରେ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ କର୍ଫ୍ୟୁକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଯେଉଁମାନେ ନିରୀହ ଜୀବନ ପ୍ରତି ବିପଦ ଏବଂ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।

Comments are closed.