ଜର୍ମାନୀରେ ପିଜ୍ଜା ଡେଲିଭର କରୁଛନ୍ତି ଆଫଗାନର ପୂର୍ବତନ ଆଇଟି ମନ୍ତ୍ରୀ

0

ଦିଲ୍ଲୀ: ଅଗଷ୍ଟ ୨୫: ଆଫଗାନିସ୍ତାନରେ ତାଲିବାନର କùର ଶାସନରୁ ରକ୍ଷା ପାଇବା ପାଇଁ ସେଠାକାର ଜନସାଧାରଣଙ୍କ ସହିତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଦେଶ ଛାଡ଼ିଛନ୍ତି । ଏହିପରିକି ଦେଶର ରାଷ୍ଟ୍ରପତି ଅସରଫ ଘାନି ଦେଶ ଛାଡ଼ି ଦେଇଥିବା ଖବର ଆସିଥିଲା । ଏହାରି ମଧ୍ୟରେ ଜର୍ମାନରୁ ଆଉ ଏକ ଚକିତ କରିଦେଲାଭଳି ଖବର ଆସିଛି । ଆଫଗାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ଦେଶ ଛାଡ଼ି ଜର୍ମାନରେ ବସବାସ କରିବାରେ ଲାଗିଛନ୍ତି । ସେ ନିଜ ପରିବାର ପ୍ରତିପୋଷଣ ପାଇଁ ପିଜ୍ଜା ଡେଲିଭରର କାର୍ଯ୍ୟ କରୁଛନ୍ତି । ଏନେଇ ଏକ ଫଟୋ ଟୁଇଟରରେ ପ୍ରକାଶ ପାଇଛି । ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । କାଲି ରାଜା ଭଳି ଜୀବନ ବିତାଉଥିବା କେନ୍ଦ୍ରମନ୍ତ୍ରୀ ଏବେ ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ସୟଦ ଏବେ ଲେପଜିଗ ସହରରେ ସାଇକେଲରେ ପିଜ୍ଜା ଡେଲିଭରି କାର୍ଯ୍ୟ କରୁଛନ୍ତି । ସେ ଗତ ବର୍ଷ ୨୦୨୦ରେ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ ।

Leave A Reply

Your email address will not be published.