ଚୀନ୍‌ ଯିବା ପାଇଁ ପାରାଦୀପ ବନ୍ଦରରେ ଲାଗିଛି ୨୦ ଲୁହାପଥର ଜାହାଜ; ଭାରତ ରକ୍ଷା ମଞ୍ଚର କଡା ବିରୋଧ

0

ଭୁବନେଶ୍ୱର : ଜୁନ ୨୦:ପାରାଦୀପ ବନ୍ଦରରେ ଲାଗିଛି ୨୦ ଲୁହାପଥର ଜାହାଜ । ଏଗୁଡ଼ିକ ଲୁହାପଥର ନେଇ ଚୀନ ଯିବା ପାଇଁ ପ୍ରସ୍ତୁତ ହେଉଥିବାରୁ ଏହାକୁ ବିରୋଧ କରିଛି ଭାରତ ରକ୍ଷା ମଞ୍ଚ । ମଞ୍ଚ ପକ୍ଷରୁ ଏହା ବିରୁଦ୍ଧରେ ରଣହୁଙ୍କାର ଦିଆଯାଇଛି । ଗୁଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ବୀର ଯବନାଙ୍କ ପାଇଁ ଚୀନକୁ ଦାୟୀ କରିଛି ଏହି ମଞ୍ଚ । ପ୍ଲାକାର୍ଡ ଧରି ଚୀନ୍‌ ବରୋଧରେ ନାରାବାଜି କରିଛନ୍ତି ମଞ୍ଚର ସଦସ୍ୟ । ଏମିତିକି ଚିନ୍‌ ଜିନିଷକୁ ବୟକଟ କରିବା ପାଇଁ ଆହ୍ୱାନ କରିଛନ୍ତି ।
ଓଡିଶା ଶାଖାର ସଭାପତି ଡକଫର ଆଶୋକ ଆଚାର୍ଯ୍ୟ କହିଛନ୍ତି, ଏବେ ଚିନ୍‌ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । ଆମେ ଚୀନକୁ ରପ୍ତାନୀ କରୁଛୁ ଲୁହା ପଥର । ଏବେ ପାରାଦ୍ୱୀପ ବନ୍ଦରରେ ୨୦ଲୁହା ପଥର ଜାହାଜ ଲାଗିଛି । ମୋଟ ୨୫ଟି ଲାଗିଥିବା ବେଳେ ୨୦ଟି ଜାହାଜ ଏବେ ଲୁହା ପଥର ନେଇ ଚୀନ ଯିବାକୁ ପ୍ରସ୍ତୁତି ହେଉଛି । ଭାରତ ରକ୍ଷା ମଞ୍ଚର ଜାତୀୟ ସେକ୍ରେଟେରୀ ଅନଲ ଧୀର କହିଛନ୍ତିି, ଚୀନ୍‌ ସେନା ନିୟମ ଉଲ୍ଲଂଘନ କରୁଛି । ହେଲେ ଆମେ ସରକାର ଦେଶରେ ଚୀନ୍‌ କମ୍ପାନୀକୁ ପୁଞ୍ଜି ନିବେଶ କରିବା ପାଇଁ ଅନୁମତି ଦେଉଛନ୍ତି । ଆରବିଆଇ ମଧ୍ୟ ବ୍ୟାଙ୍କ ଅଫ୍‌ ଚାଇନା ଲାଇସେନ୍ସ ବନ୍ଦ କରିବା ଦରକାର । ଏମିତିକି ଦେଶର ପି୍ରୟ ରାଷ୍ଟ୍ର ତାଲିକାରୁ ଚୀନକୁ ବାଦ ଦେବା ଦରକାର ।

Leave A Reply

Your email address will not be published.