‘ଚିନ୍ତା କରିବାର କିଛି ନାହିଁ, ମୁ ଶୀଘ୍ର ହସ୍ପିଟାଲ ରୁ ଡିସଚାର୍ଜ ହେବି’, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଡିୟୁରପ୍ପା

ବେଙ୍ଗାଳୁରୁ : ଅଗଷ୍ଟ ୩: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଡିୟୁରପ୍ପା କରୋନା ରେ ସଂକ୍ରମିତ ହେଇ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି I ତେବେ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭୟ ଦୂର କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି. ଏସ. ୟେଡିୟୁରପ୍ପା ସୋମବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏଥିରେ କିଛି ଚିନ୍ତା କରିବାର ନାହିଁ ଏବଂ ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ।

“ଚିନ୍ତା କରିବାର କିଛି ନାହିଁ। ମୁଁ ଶୀଘ୍ର ଡିସଚାର୍ଜ ହୋଇ କାମ ଆରମ୍ଭ କରିବି” ବୋଲି କନ୍ନଡ ଭାଷା ରେ ରାଜ୍ୟବାସୀ ଙ୍କୁ ଗୋଟିଏ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ୟେଡିୟୁରପ୍ପା, ଯାହା ରାଜ୍ୟର ସମସ୍ତ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲରେ ପ୍ରଦର୍ଶିତ ହେଇଛି I
୭୭ ବର୍ଷ ବୟସ୍କ ୟେଡିୟୁରପ୍ପା ଏବଂ ତାଙ୍କ ଝିଅ ବି. ପଦ୍ମାବତୀ ମଧ୍ୟ କୋଭିଡ ପଜିଟିଭ୍ ଚିହ୍ନଟ ହେଇଛି I ଉଭୟ ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଉଭୟ ଙ୍କ ଠାରେ କରୋନା ର ସାମାନ୍ୟ ଲକ୍ଷଣ ଦେଖାଦେଇଛି I
ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ’ ସେ ଖୁବ ଭଲ ଅଛନ୍ତି I ଡାକ୍ତରମାନେ ଆବଶ୍ୟକ ପରୀକ୍ଷା କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ରେ କୌଣସି ଜଟିଳତା ନାହିଁ I

ସେ କହିଛନ୍ତି, “ମୁଁ ଶୀଘ୍ର ସୁସ୍ଥ ହେବି। ସରକାରୀ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ମୁଁ ରବିବାର ଠାରୁ ସମସ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି। ମୁଁ ଆଜି ସକାଳେ ମଧ୍ୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହେଇଥିଲି ।”

ୟେଡିୟୁରପ୍ପା ବିଜେପି ସଭାପତି ଜେ.ପି. ନାଡଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି-ଏସ ସୁପ୍ରିମୋ ଏଚ୍.ଡି. ଦେବଗୌଡ଼ା, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ, ବିରୋଧୀ କଂଗ୍ରେସ ନେତା ସିଦ୍ଧରମାୟା ଏବଂ ଅନ୍ୟ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି I ସେଥିପାଇଁ ୟେଡିୟୁରପ୍ପା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି I

ଏହି ଅବସରରେ ସେ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

କର୍ଣ୍ଣାଟକ ର ଗୃହମନ୍ତ୍ରୀ ବାସଭାର ବମ୍ମାଇ ଏବଂ ବେଙ୍ଗାଲୁରୁର ନୂତନ ପୋଲିସ କମିଶନର କମଲ ପନ୍ତ ଶୁକ୍ରବାର ଏବଂ ଶନିବାର ୟେଡିୟୁରପ୍ପାଙ୍କ ସହ ମିଶି ଥିବାରୁ Quarantine ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। (IANS)

Comments are closed.