ଚିଦାମ୍ବରମଙ୍କ ପୁଅଙ୍କୁ କରୋନା

ଭୁବନେଶ୍ୱର : ଅଗଷ୍ଟ ୩:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇଥିଲେ । ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ଏବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଏ ନେଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ ଟୁଇଟ୍‌ କରି ଜଣାଇଛନ୍ତି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଏବଂ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେ ଘରୋଇ ସଙ୍ଗରୋଧରେ ଅଛନ୍ତି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ । କାର୍ତ୍ତି ଚିଦାମ୍ବରମଙ୍କ ପୂର୍ବରୁ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପାଇଁ ପଜିଟିଭ ପରୀକ୍ଷା କରିଥିଲେ । ତାଙ୍କ ମଧ୍ୟରେ କରୋନାର ଲକ୍ଷଣ ଥିବା ସହ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Comments are closed.