ଚାଲିଗଲେ ଆଲବମ କୁଇନ୍‌ ଦୀପା

0

ଭୁବନେଶ୍ୱର : ଜୁଲାଇ ୨୭:ଚାଲିଗଲେ ଆଲବମ୍‌ କୁଇନ୍‌ ଦୀପା ସାହୁ । ୪୦ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜରାୟୁ କର୍କଟରେ ପୀଡିତ ଥିବା ଦୀପା ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ । ଦୀପାଙ୍କ ପରଲୋକରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛ । ଅନେକ ଗୁଡିଏ ହିଟ୍‌ ଆଲବମରେ ଅଭିନୟ କରି ଦୀପା ଓଡ଼ିଶା ଆଲବମ ଜଗତରେ ହଲଚଲ ସୃଷ୍ଟି କରିଥିଲେ । ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡା ରଙ୍ଗର ନାଲି, ମିଛେଇ ଝିଅ, ଏକଡା ଏକଡା, ଟଣା ଟଣା ଆଖି, ଦବୁ ଯେ ଗୌରୀ ଦିଲ୍‌ ଦେଇଯା, ମୁଁ ଝିଅଟେ ମେଡ ଇନ୍‌ ଓଡ଼ିଶା, ଏ ମୋର ସହରୀ ବାବୁ, ଫୁଲରେ ସହରେ ଘରଟେ ତୋଳିବି ଭଳି ହିଟ୍‌ ଆଲବମରେ ଅଭିନୟ କରି ମନ ଜିଣିଥିଲେ ଦୀପା । ଏପରିକି କିଛି ଓଡିଆ ଫିଲ୍ମ ଓ ସିରିୟଲରେ ମଧ୍ୟ ସେ କାମ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ । ଗତ କିଛି ଦିନ ପୂର୍ବରୁ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଓଡ଼ିଶା ସିନେଜଗତକୁ ଶୋକାଭିଭୁତ କରିଥିଲାବେଳେ କିଛି ଦିନ ନଜାଉଣୁ ଦୀପାଙ୍କ ବିୟୋଗ ଅଭିନୟ ଜଗତ ପାଇଁ ବେଶ୍‌ ଦୁଃଖାବହ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.