ଚାନ୍ଦପୁର ଥାନାର ନବ ନିର୍ମିତ ଗୃହ ନିର୍ମାଣ କଲେ ପୋଲିସ ମହାନିର୍ଦ୍ଦେଶକ

0

ଟାଙ୍ଗୀ: ଅଗଷ୍ଟ ୩୧: ଚାନ୍ଦିପୁର ଥାନାର ଅତ୍ୟାଧୁନିକ ଗୃହ ଉଦଘାଟିତ ହୋଇଛି । ନବ ନିର୍ମିତ ଗୃହକୁ ରାଜ୍ୟ ପୋଲିସ ମହନିର୍ଦ୍ଦେଶକ ଅଭୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ଓଡିଶା ରାଜ୍ୟ ପୋଲିସ ହାଉସିଂ ଓ େୱଲଫେୟାର କୋଅପରେଟିଭ ଲିଃ ଦ୍ୱାରା ଏହି ଗୃହ ନିର୍ମିତ ହୋଇଛି । ନବ ର୍ନିମିତ ଗୃହରେ ମହିଳା ,ଶିଶୁ ଓ ଅଭିଯୋଗକାରୀଙ୍କ ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ହୋଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ପୁରୀ ସାଂସଦ ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ନୟାଗଡ ଏସପି ସିଦ୍ଧାର୍ଥ କଟାରିଆ ପ୍ରମୂଖ ଉପସ୍ଥିତ ରହିଥିଲେ । ଉଦଘାଟନ କାର୍ଯ୍ୟ ପରେ କୌଣସି ଜରୁରୀ କାର୍ଯ୍ୟ ଥିବା ହେତୁ ଡିଜି ଅଭୟ ସେଠାରୁ କଟକ ଅଭିମୂଖେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ଆଇଜି ନରସିଂହ ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ସାଂସଦ ପିନାକୀ ମିଶ୍ର ,ବିଧାୟକ ଓ ଏସପି କଟାରିଆ ପ୍ରମୂଖ ଉଦବୋଧନ ଦେଇଥିଲେ । ଉଭୟ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ପରିପୂରକ ବନ୍ଧୁତ୍ୱ ସଂପର୍କ ଉପରେ ଗୁରୁତ୍ୱ ଦେଇ ପାଇଁ ଉଦ୍‌ବୋଧନରେ ପ୍ରକାଶ କରାଯାଇଥିଲା । ଉଦଘାଟନୀ ଉତ୍ସବରେ ବିଭିନ୍ନ ପଞ୍ଚାୟତର ନିର୍ବଚିତ ପ୍ରତିନିଧୀ ସମାଜସେବୀ ଓ ନେତୃମଣ୍ଡଳି ବ୍ୟକ୍ତିି ବୃନ୍ଦ ଯୋଗଦେଇଥିଲେ । ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନଦାସ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.