ଚଳିତବର୍ଷ ଟ୍ୱିନ ସିଟିରେ ଗଣେଶ ପୂଜା ମନା

ଭୁବନେଶ୍ୱର: ଅଗଷ୍ଟ ୧୩:ବର୍ତ୍ତମାନ ପରିସ୍ଥିତିରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ଚଳିତବର୍ଷ ଗଣେଶ ପୂଜା ହେବନାହିଁବୋଲି କମିଶନରେଟ ପୋଲିସ ପକ୍ଷରୁ ବାରଣ କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଚଳିତବର୍ଷ ଗଣେଶ ପୂଜା ପାଇଁ ଟୁଇନ ସିଟିର କୌଣସି ପୂଜା ମଣ୍ଡପଗୁଡିକୁ ଅନୁମତି ଦିଆଯିବ ନାହିଁ କି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମଧ୍ୟ ବାରଣ କରାଯାଇଛି । ଉଲ୍ଲେଖଯୋଗ୍ୟ ପୂର୍ବରୁ କରୋନା ପାଇଁ କୌଣସି ଧର୍ମୀୟ ସମାବେଶକୁ ବାରଣ କରାଯାଇ ସାରିଛି ।
ଚଳିତବର୍ଷ ଉପରୋକ୍ତ କାରଣରୁ ମୁମ୍ବାଇରେ ପ୍ରସିଦ୍ଧ ଗଣେଷ ପୂଜା ପର୍ବ ବନ୍ଦ ରହିଥିବାରୁ ଭୁବନେଶ୍ୱରରେ ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ପ୍ରତି ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Comments are closed.