ଚଳିତବର୍ଷର ଯୁକ୍ତ୨ର ବାକି ଥିବା ପରୀକ୍ଷା ବାତିଲ

ଭୁବନେଶ୍ୱର: ଜୁଲାଇ ୦୧:ଚଳିତବର୍ଷ ଆଉ ଯୁକ୍ତ ଦୁଇ ପରୀକ୍ଷା କରାଯିବ ନାହିଁ । ବାକି ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଲକ୍‌ଡାଉନ ଯୋଗୁଁ ୪ଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଧାମୂଳକ ପାଠ୍ୟକ୍ରମର ୨୩ଟି ପରୀକ୍ଷା ହୋଇପାରିନଥିଲା । କି;ୁ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତିକୁ ଦେଖି ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡ ଲାଇନ ଆସି ସାରିଛି ଏବଂ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ କରୋନା ପାଇଁ ଦଶମ, ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରିଛି । ରାଜ୍ୟ ମଧ୍ୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସରଣ କରିଥିବା ପ୍ରକାଶ । ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ବାକି ଥିବା ବିଷୟ ଗୁଡିକର ମୂଲ୍ୟାୟନ ପରୀକ୍ଷା ହୋଇ ସାରିଥିବା ବିଷୟ ଆଧାରରେ କରାଯିବ । ଯେଉଁ ପରୀକ୍ଷାର୍ଥୀ ୫ଟି ପରୀକ୍ଷା ଦେଇଛନ୍ତି ସେମାନଙ୍କର ଶ୍ରେଷ୍ଠ ୩ ଟି ବିଷୟର ମାର୍କ ଆଧାରରେ ମାର୍କ ଦିଆଯିବ । ଏଥି ସହିତ ଯେଉଁମାନେ ୪ଟି ବିଷୟରେ ପରୀକ୍ଷା ଦେଇଛନ୍ତି ସେମାନଙ୍କର ୨ ଟି ଶ୍ରେଷ୍ଠ ବିଷୟ ମାର୍କ ଆଧାରରେ ମାର୍କ ଦିଆଯିବ ବୋଲି ଜଣାପଡିଛି ।

Comments are closed.