ଘୁଞ୍ଚିଲା ମାଟ୍ରିକ୍‌ ଖାତା ଦେଖା; ୨୦ ବଦଳରେ ୨୧

By Papu Mohanty

ଭୁବନେଶ୍ୱର : May 18: ବାତ୍ୟା ଯୋଗୁ ମାଟ୍ରିକ୍‌ ଖାତା ଦେଖାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ଫଳରେ ଚଳିତମାସ ୨୦ତାରିଖ ପରିବର୍ତ୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ସୋମବାର ଲୋକ ସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ ।

Comments are closed.