ଘରୋଇ କଲେଜରେ ଫି ଛାଡ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Edited by Papu Mohanty

ଭୁବନେଶ୍ୱର : 09/05: ଘରୋଇ କଲେଜର ଛାତ୍ରଙ୍କ ସେମିଷ୍ଟାର ଫି ଛାଡ ପାଇଁ ହେଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଫି ନଦେଲେ କଲେଜ କିଭଳି ଚାଲିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ମାନ୍ୟବର କୋର୍ଟ । ଉଲ୍ଲେଖ ଯୋଗ୍ୟ ଯେ, କରୋନା ଜନୀତ ପରିସ୍ଥିତି ଯୋଗୁ ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଚାକିରୀ ହରାଇଛନ୍ତି । ଅନ୍ୟ କେତେକ କ୍ଷେତ୍ରରେ କର୍ମଚାରୀଙ୍କ ଦରମା କାଟ ହେଉଥିବାରୁ ଫି ଛାଡ କରିବା ପାଇଁ ଆବେଦନରେ ଦର୍ଶାଯାଇଥିଲା । ତେବେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ଆବେଦନକାରୀ କଲେଜ ପ୍ରଶାସନକୁ ଫିରେ କିଛି କୋହଳ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟକୁ ଅନୁରୋଧ କରିଥିଲେ ମଧ୍ୟ ଖଣ୍ଡପୀଠ ଏ ସଂପର୍କରେ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି ।

Comments are closed.