'ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ୍': କୋଚି-ମାଙ୍ଗାଲୁରୁ ଗ୍ୟାସ ପାଇପଲାଇନ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ୍ତବ୍ୟ

ତିରୁବନନ୍ତପୁରମ୍: ଜାନୁଆରୀ ୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ‘ଗୋଟିଏ ଦେଶ, ଗୋଟିଏ ଗ୍ୟାସ୍ ଗ୍ରୀଡ୍’ ରହିବା ସରକାରଙ୍କ ଲକ୍ଷ୍ୟ। କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ GAIL ପାଇପଲାଇନ ପ୍ରକଳ୍ପର ଉଦଘାଟନ କରିବା ପରେ ସେ ଏହା କହିଥିଲେ।

ଦେଶର ସମସ୍ତ ଗ୍ୟାସ ଗ୍ରୀଡକୁ ସଂଯୋଗ କରିବା ପାଇଁ କେନ୍ଦ୍ର ଏକ ପ୍ରମୁଖ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ତଥା ବିଶେଷ କରି କେରଳ ଏବଂ କର୍ଣ୍ଣାଟକ ରାଜ୍ୟ ପାଇଁ ଏହା ଗୋଟିଏ ଐତିହାସିକ ମୁହୁର୍ତ୍ତ I
କେରଳ ଏବଂ କର୍ଣ୍ଣାଟକ ର ଜନସାଧାରଣ ତଥା ରାଜ୍ୟ ସରକାରଙ୍କ ସହଯୋଗ ହେତୁ ଏହି ପ୍ରକଳ୍ପ ବାସ୍ତବ ରୂପ ନେଇଛି ବୋଲି ଶ୍ରୀ ମୋଦି କହିଛନ୍ତି I

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ, ରାଜ୍ୟ ତଥା ଲୋକଙ୍କ ବିକାଶ ପାଇଁ ଏହିପରି ପ୍ରମୁଖ ପ୍ରକଳ୍ପ ସବୁ କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ସେଥିପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି I

3,226 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲଏନଜି ପାଇପଲାଇନ ଏରନାକୁଲମ, ଥ୍ରିସୁର, ପାଲକକଡ, ମାଲାପୁରାମ, କୋଜିକୋଡେ, କନ୍ନୁର ଓ କେରଳ ର କାସରାଗୋଡ ଜିଲ୍ଲା ଦେଇ ଯାଇଛି ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁରେ ଶେଷ ହୋଇଛି।

ଏହି ପ୍ରକଳ୍ପ 2009 ରେ ଆରମ୍ଭ ହୋଇଥିଲା ଏବଂ 2016 ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବା ର ଥିଲା କିନ୍ତୁ ଜମି ଅଧିଗ୍ରହଣରେ ରାଜନୈତିକ ବିରୋଧ ହେତୁ ଏହି ପ୍ରକଳ୍ପ ବିଳମ୍ବ ହେଲା ଏବଂ 2020 ରେ ଶେଷ ହୋଇଛି। ଏହି ପ୍ରକଳ୍ପ କେରଳର ବାମପନ୍ଥୀ ସାମ୍ମୁଖ୍ୟ  Manifesto ର ଏକ ଅଂଶ ଥିଲା।

ଏହି ପ୍ରକଳ୍ପର ଏକ ଅଂଶ କାର୍ଯ୍ୟକ୍ଷମ ହେବା ପରେ 2013 ଠାରୁ ଏର୍ନାକୁଲମ୍ ସହରର ଶିଳ୍ପ ୟୁନିଟ୍ ଏବଂ ବାସଗୃହକୁ ଗ୍ୟାସ୍ ଯୋଗାଣ କରିଆସୁଛି।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଙ୍କ ସହଯୋଗ ଏକ ଉଦାହରଣ ଏବଂ ଏହା ଗୋଟିଏ ମଡେଲ ଭାବରେ ଅନୁକରଣ କରିଯିବା ଉଚିତ । ଏଥିସହ ସେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ସର୍ବସାଧାରଣରେ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ରାଜ୍ୟବାସୀଙ୍କ ସମର୍ଥନ ଏବଂ GAIL ଏବଂ କେନ୍ଦ୍ର ସରକାରଙ୍କ ମିଳିତ କାର୍ଯ୍ୟ ଯୋଗୁଁ ଏହି ପ୍ରକଳ୍ପ ବାସ୍ତବରେ ପରିଣତ ହୋଇଛି। ସେ କହିଛନ୍ତି ଯେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ବାମପନ୍ଥୀ ସାମ୍ମୁଖ୍ୟ ର ଏକ ପ୍ରମୁଖ ନିର୍ବାଚନ ପ୍ରତିଶୃତି ଏବଂ ଏହା ସମାପ୍ତ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ 2015 ରେ ଏହି ପ୍ରକଳ୍ପ ପ୍ରାୟ ବନ୍ଦ ହୋଇଯାଇଥିଲା ଏବଂ 2016 ରେ LDF ସରକାର ଦାୟିତ୍ ଗ୍ରହଣ କରିବା ପରେ ଏହି ପ୍ରକଳ୍ପ ର କାର୍ଯ୍ୟ ପୁନର୍ବାର ଆରମ୍ଭ ହେଲା ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଡିୟୁରପ୍ପା ମଧ୍ୟ ଏହି ଭର୍ଚୁଆଲ୍ ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ | (IANS)

Whoa quite a lot of awesome facts. Position certainly regarded. cialispascherfr24 Appreciate it, Ample tips.

Comments are closed.