ଗୋଟିଏ ଦିନରେ ୪୯,୩୧୦ କରୋନା ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮୭ ଲକ୍ଷ ରେ ପହଁଚିଲା

0

ଭୁବନେଶ୍ୱର: ଜୁଲାଇ ୨୪: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନ ପରେ ଦିନ ରେକର୍ଡ କରି ଚାଲିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୪୯ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ I ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ରେ ପହଂଚିଛି I
ଦିନକରେ ୭୪୦ ଜଣଙ୍କର ମୃତ୍ୟୁ ହେଇଛି I ମୋଟ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧ ରେ ପହଂଚିଛି I
ସେହିପରି, ଏ ପର୍ଯ୍ୟନ୍ତ ୮ ଲକ୍ଷ ୧୭ ହଜାର ୨୦୮ ଜଣ ସୁସ୍ଥ ହେଇଛନ୍ତି ଏବଂ ୪ ଲକ୍ଷ ୪୦ ହଜାର ୧୩୫ ଜଣ ଚିକିତ୍ସାଧୀନ ଅଛନ୍ତି I
ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ଶତକଡା ୬୩.୪୫ ରେ ପହଂଚିଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ସର୍ବାଧିକ ୩ ଲକ୍ଷ ୪୭ ହଜାର ୫୦୨ ଜଣ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୧,୯୨, ୯୬୪ ଜଣ, ଦିଲ୍ଲୀ ରେ ୧,୨୭,୩୬୪ ଜଣ, କର୍ଣ୍ଣାଟକ ରେ ୮୦, ୮୬୩ ଜଣ, ଆନ୍ଧ୍ର ପ୍ରଦେଶ ରେ ୭୨, ୭୧୧ ଜଣ, ଉତ୍ତର ପ୍ରଦେଶ ରେ ୫୮, ୧୦୪ ଜଣ, ଗୁଜରାଟ ରେ ୫୨, ୪୭୭ ଜଣ, ପଶ୍ଚିମ ବଙ୍ଗ ରେ ୫୧, ୭୫୭ ଜଣ ଏବଂ ତେଲେଙ୍ଗାନା ରେ ୫୦, ୮୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ସେହିପରି, କରୋନା ସଂକ୍ରମଣ ରେ ମହାରଷ୍ଟ୍ର ରେ ସର୍ବାଧିକ ୧୨, ୮୫୪ ଜଣ ଙ୍କର ମୃତ୍ୟୁ ହେଇଥିବା ବେଳେ, ଦିଲ୍ଲୀ ରେ ୩,୭୪୫, ତାମିଲନାଡୁ ରେ ୩,୨୩୨, ଗୁଜରାଟ ରେ ୨,୨୫୨, କର୍ଣ୍ଣାଟକରେ ୧,୬୨୬, ଉତ୍ତର ପ୍ରଦେଶ ରେ ୧,୨୮୯ ଏବଂ ପଶ୍ଚିମ ବଙ୍ଗଳା ରେ ୧,୨୫୫ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.