ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ

0

ଭୁବନେଶ୍ୱର: ଅଗଷ୍ଟ ୨୫: ଗୁରୁ ଦିବସ (ସେପେଟମ୍ବର ୫) ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଆଜି ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ଦୁଇ କୋଟିରୁ ଉର୍ଦ୍ଧ୍ୱ ଡୋଜ୍‌ ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି । ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଉ ବୋଲି ସେ ଟୁଇଟ କରି ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଥାଉକି, କରୋନା ସଂକ୍ରମଣ ଯୋଗୁଁ ପ୍ରତ୍ୟେକ ରାଜ୍ୟର ପ୍ରାୟ ସମସ୍ତ ବିଦ୍ୟାଳୟ ୨୦୨୦ ମାର୍ଚ୍ଚ ମାସରୁ ବନ୍ଦ କରାଯାଇଥିଲା । ଏବେ କେତେକ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ବିଦ୍ୟାଳୟମାନ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି । ଏଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ପିଲାଙ୍କ ଭବିଷ୍ୟକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକଙ୍କର ଟିକାକରଣ ହେବା ଆବଶ୍ୟକ ବୋଲି ମନେ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.