ଗୁଗୁଲ, ଆପଲ ଓ ହ୍ୱାଟ୍ସଆପକୁ କୋର୍ଟ ନୋଟିସ

ଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜେଏନୟୁର ୩ ଜଣ ପ୍ରଫେସରଙ୍କ ଦ୍ୱାରା ଆଗତ ଏକ ପିଟିସନ୍ର ଶୁଣାଣି ବେଳେ କୋର୍ଟ ଗୁଗୁଲ, ଆପଲ, ହ୍ୱାଟ୍ସଆପ୍, ଦିଲ୍ଲୀ ପୋଲିସ ଓ ଦିଲ୍ଲୀ ଜେଏନୟୁ ହିଂସାକାଣ୍ଡର ସମସ୍ତ ଭିଡିଓ, ସିସିଟିଭ୍ ଫୁଟେଜ୍ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରିବାକୁ କହିଛନ୍ତି । କୋର୍ଟ ଶୁଣାଣି ବେଳେ ସମସ୍ତଙ୍କୁ ନୋଟିସ କରି କହିଛନ୍ତି ଏଭଳି ତଥ୍ୟ ସଂରକ୍ଷଣ ଉପରେ ତୁରନ୍ତି ମତ ରଖିବାକୁ କୋର୍ଟ କହିଛନ୍ତି । ଦିଲ୍ଲୀ ପୋଲିସ କହିଛି ଯେ, ଆମେ ହିଂସାକାଣ୍ଡର ସିସିଟିଭି ଫୁଟେଜ୍କୁ ସଂରକ୍ଷିତ ରଖିବା ପାଇଁ ଜେଏନୟୁ ପ୍ରଶାସନକୁ କହି ସାରିଛୁ । ବିଚାରପତି ଜଷ୍ଟିସ ବ୍ରିଜେଶ ସେଠୀ ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବ ବୋଲି କହିଛନ୍ତି ।

Comments are closed.