ଗିରଫ ହେଲା ମଦୁଆ ଆମ୍ବୁଲାନ୍ସ ଡ୍ରାଇଭର

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ତୁମୁସୁଙ୍ଗା ପୋଲିସ ଜଣେ ମଦୁଆ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିଛି । ସେ ହେଉଛନ୍ତି କଟକ ତିିଗିରିଆ ଅଂଚଳର ଦୁଷ୍ମନ୍ତ ବେହେରା । ସେ ଏକ ବେସରକାରୀ ଆମ୍ବୁଲାନ୍ସରେ ଡ୍ରାଇଭର ରୂପେ କାର୍ଯ୍ୟ କରନ୍ତି । ଶୁକ୍ରବାର ଦୁଷ୍ମନ୍ତ ରାଉରକେଲାରେ ଏକ ମୃତଦେହକୁ ଛାଡି ଫେରୁଥିବାବେଳେ ତୁମୁସିଙ୍ଗା ନିକଟରେ ଜଣେ ପଥଚାରଙ୍କୁ ଧକ୍କା ଦେବାସହ ସେଠାରେ ଥିବା ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି ପଳାଇଯାଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଆମ୍ବୁଲାନ୍ସକୁ ପିଛା କରି ପଣ୍ଡୁଆ ନିକଟରେ ଧରିଥିଲେ । ଦୁଷ୍ମନ୍ତକୁ ଆଲକହଲ ଆନାଲାଇଜରରେ ଚେକିଂ କରି ଗିରଫ କରିବା ସହ ଆମ୍ବୁଲାନ୍ସକୁ ଜବତ କରାଯାଇଛି ।

Comments are closed.