ଗରିବ କଲ୍ୟାଣ ଯୋଜନା; ଓଡ଼ିଶାର ୪ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ମିଳିବ ରୋଜଗାର

0

ଭୁବନେଶ୍ୱର : ଜୁନ ୨୦:ପ୍ରବାସୀ ଶ୍ରମିକମାନଙ୍କୁ କାମ ଦେବା ଓ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ତଥା ଗ୍ରାମୀଣ ବିକାଶର ସମ୍ଭାବନା ଗୁଡିକୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡ଼ିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ ସେମାନଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଆସିବ । କରୋନାର ଏହି ସଂକଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ବହୁତ ବଡ଼ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ଓଡ଼ିଶା ସମେତ ଅନ୍ୟ ୫ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ବିସ୍ଥାପିତ ଶ୍ରମିକ ମାନଙ୍କୁ ଗ୍ରାମରେ ମୌଳିକ ସୁବିଧା ସହ ଜଡ଼ିତ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କାମ ଯୋଗାଇ ଦିଆଯିବ । ଗରିବ କଲ୍ୟାଣ ରୋଜଗାର ଯୋଜନା ମାଧ୍ୟମରେ ଆମର ଶ୍ରମିକମାନଙ୍କୁ ସେମାନଙ୍କର ଆଗ୍ରହ ଏବଂ ଦକ୍ଷତା ଅନୁଯାୟୀ ନିଜ ଗ୍ରାମରେ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.