ଗଣେଶ ପୂଜା ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ୍‌: ପ୍ରସାଦ ସେବନ ଓ ଭୋଜି ହେବ ନାହିଁ

0

ଭୁବନେଶ୍ୱର: ସେପ୍‌ଟେମ୍ବର ୨: କରୋନା ମହାମାରୀ ସମୟରେ ଓଡ଼ିଶାର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏଥିପାଇଁ ବିଏମ୍‌ସି ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ୍‌ ଆସିଛି । ଗାଇଡଲାଇନ୍‌ ଅନୁସାରେ, ମଣ୍ଡପ ଓ ପେଣ୍ଡାଲରେ ପୂଜା କରିବା ନେଇ କମିଶନରେଟ୍‌ ପୋଲିସର ଅନୁମତି ନେବାକୁ ପଡ଼ିବ । ସେହିପରି ଜିଲ୍ଲାଗୁଡ଼ିକରେ ପୂଜା ପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବା ଆବଶ୍ୟକ । ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆଗମନ ବାରଣ କରାଯାଇଥିଲା ବେଳେ କୌଣସି ସାଜସଜ୍ଜା କରାହେବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ମଣ୍ଡପର ତିନି ପାଶ୍ୱର୍ ବନ୍ଦ ରହି ଗୋଟିଏ ପାଶ୍ୱର୍ ସାମାନ୍ୟ ଖୋଲା ରଖି ପୂଜାଅର୍ଚ୍ଚନା କରାଯିବ । ଏହାସହ ପ୍ରସାଦ ସେବନ ଓ ଭୋଜିକୁ ବାରଣ କରାଯାଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ମୋଟ୍‌ ମିଶାଇ ମୋଟ୍‌ ୭ ଜଣ ଲୋକ ରହିବେ । ଯେଉଁମାନେ କୋଭିଡର ଦୁଇଟି ଟୀକା ନେଇଛନ୍ତି, ସେମାନଙ୍କୁ ପୂଜାରେ ରହିବାକୁ ଅନୁମତି ମିଳିବ । ଶିକ୍ଷାନୁଷ୍ଠାନମାନଙ୍କରେ ୨୦ ଜଣ ପିଲାଙ୍କୁ ନେଇ ପୂଜା କରାଯିବ ।
ମଣ୍ଡପ ନିକଟକୁ ଦର୍ଶନାର୍ଥୀମାନେ ଯାଇ ଦର୍ଶନ କରିପାରିବେ ନାହିଁ ଓ ଠାକୁରଙ୍କ ମୂର୍ତ୍ତୀ ୪ ଫୁଟରୁ ଅଧିକ ହେବ ନାହିଁ । ବିସର୍ଜନ ଶୋଭାଯାତ୍ରା ହେବ ନାହିଁ । ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ କୁହାଯାଇଛି ।
ସେହିପରି ମଣ୍ଡପ କମିଟି ପକ୍ଷରୁ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଯେପରି- ମେଲୋଡି, ସନ୍ଧ୍ୟା ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

Leave A Reply

Your email address will not be published.