ଗଡିବ ଘରୋଇ ବସ୍‌ ୨୮ରୁ ଅଳ୍ପକିଛି, ପରେ ଚାଲିବ ସବୁ ବସ୍‌

ଭୁବନେଶ୍ୱର: ୨୮ ତାରିଖରୁ ରାଜ୍ୟରେ ଗଡିବ ଘରୋଇ ବସ୍‌ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘରୋଇ ବସ୍‌ ମାଲିକଙ୍କ ସହିତ ଆଲୋଚନା ପରେ ସରକାର ଓ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତିରେ ମୋଟାମୋଟି ଭାବେ ଉପନିତ ହୋଇଛନ୍ତି । ଫଳରେ ୨୮ରୁ ବସ ଚଳାଚଳ କରିବ ବୋଲି ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅଳ୍ପକିଛି ବସ୍‌ ଚଳାଚଳ କରିବ ଓ ପର୍ଯ୍ୟାୟ କ୍ରମେ ଅନ୍ୟ ବସ୍‌ ଗୁଡିକ ଚଳାଚଳ କରିବ ବୋଲି ଶ୍ରୀ ବେହେରା କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ କିଛି ଦିନ ହେବ ରାଜ୍ୟସରକାର ଓ ବସ୍‌ ମାଲିକ ସଂଘ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ପ୍ରତି ଆଲୋଚନା ଚାଲିଥିଲା ଓ ସଂଘ ପକ୍ଷରୁ ସେମାନଙ୍କ ପାଇଁ ରହିଥିବା କେତେକ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଉପରୋକ୍ତ ବୈଠକ ପରେ ମାଲିକ ସଂଘ ବସ୍‌ ଚଳାଇବା ପାଇଁ ରାଜି ହୋଇଛି ।

Comments are closed.