ଗଞ୍ଜାମରେ ରହିବନି କୌଣସି ଟ୍ରେନ୍‌

0

ଭୁବନେଶ୍ୱର : ଜୁଲାଇ ୯: ଗଞ୍ଜାମରେ କରୋନା ସ୍ଥିତି ଅଣାୟତ । ଆକ୍ରାନ୍ତଙ୍କ ସଂଖ୍ୟା କିମବାରେ ନାଁ ଧରୁନି । ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବ ନାହିଁ ଟ୍ରେନ ।
ଗୁରୁବାର ଠାରୁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନ୍‌ ରହିବନି ପାସେଞ୍ଜର ଟ୍ରେନ୍‌ । ‘କରୋନା’ ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଳବାଇ ପଦକ୍ଷେପ ନେଇଛି । ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନକୁ ବାତିଲ କରି ଦିଆଯାଇଥିବା ବେଳେ ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍‌ ଟ୍ରେନ୍‌ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନରେ ଅଟକିବ ନାହିଁ । ସେହିପରି ହାୱାଡ଼ା- ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍‌ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟପେଜକୁ ବାତିଲ କରିଦିଆଯାଇଛି ।
ଆଜି ଗଞ୍ଜାମ ଜିଲ୍ଲାରେ ୨୬୦ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୩୦୨୬ ରେ ପହଞ୍ଚିଛି । ସେଥିରୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୪୫୮ ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.