ଗଞ୍ଜାମକୁ ଗଲେ ଦୁଇ ଆଇଏଏସ୍; ୬ ଓଏସ୍‌ଙ୍କୁ ବି ଦାୟିତ୍ୱ

ଭୁବନେଶ୍ୱର(ସବୁ୍ୟ): ଜୁଲାଇ ୪:ଗଞ୍ଜାମରେ ସ୍ଥିତି ଅଣାୟତ । ଦିନକୁ ଦୁଇ ଶହରୁ ଊଦ୍ଧ୍ୱର୍ କରୋନା ଆକ୍ରାନ୍ତ ହେଉଛନ୍ତି । ଦୁଇଦିନରେ ସର୍ବାଧିକ ୪୯୯ ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ପରିଚାଳନା ଲାଗି ଗଞ୍ଜାମ ଜିଲ୍ଲା ନିମନ୍ତେ ଦୁଇ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ମିଳିଥିବା ବେଳେ ଶ୍ରୀ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ତୁଲାଇବେ । ଏଥିସହ ୬ ଜଣ ଓଏସ୍‌ ଅଧିକାରୀଙ୍କୁ ବି ଗଞ୍ଜାମ ଦାୟିତ୍ୱ ମିଳିଛି । ଶନିବାର ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨,୦୬୬ରେ ପହଞ୍ଚିଛି । ଗଂଜାମରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଛି । ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ଦୁଇ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments are closed.