ଗଜପତି ବିଜେପି ପକ୍ଷରୁ ଡ଼ଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର ପ୍ରଦାନ

ସମୟ ଲାଇଭ,14/4(ଗରୁଡଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଡାଃ.ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଡାଃ.ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପୂର୍ବତନ ବିଜେପି ସଭାପତି ମୋରଲୀ ଗୋପାଳ ରାଓ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପି. ଲତା, ଜିଲ୍ଲା ପରିଷଦ ସଭ୍ୟ ବିମଳା ସାମଲ ଉପସ୍ଥିତ ରହି ଡାଃ.ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପାରଳା ବିଧାୟକ କେ ନାରାୟଣ ରାଓ କରୋନା ଭୂତାଣୁ ସଂକ୍ରମିତ ସହଯୋଗ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରପରିଷଦ ଅଧ୍ୟକ୍ଷ ପି. କ୍ରିଷ୍ଣା, ନୃସିଂହ ଚରଣ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର, ଭେଙ୍କଟରମଣ, ବାବୁନା ବେହେରାଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

Comments are closed.