ଖୋର୍ଦ୍ଧା ପୁଲିସର ବଡ ସଫଳତା; ୩କୋଟିର ବ୍ରାଉନସୁଗାର, ଅଭିଯୁକ୍ତ ଗିରଫ

0

ଖୋର୍ଦ୍ଧା : ଜୁଲାଇ ୯: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗ୍ରାମରେ ଘଟିଥିବା ଲାଲା ପ୍ରଧାନ ହତ୍ୟା ଘଟଣାରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ୍‌ ଆଜି ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନିୟ ଭାଲିଆବାଡି ଗ୍ରାମର ମନୋରଞ୍ଜନ ସାହୁ (୨୦) । ତା ନିକଟରୁ ଗୋଟିଏ ୟାମା ମୋଟରସାଇକେଲ ରେଜିଷ୍ଟ୍ରେସନ୍‌ ନଂ.ଓଡ଼ି-୩୩-ଜେଡ଼-୫୭୬୨, ୩ କି.ଗ୍ରା. ୬୦୨ ଗ୍ରାମ୍‌ ବ୍ରାଉନସୁଗାର ଯାହାର ଆନୁମାନିକ ମୁଲ୍ୟ ୩ କୋଟି ୫୦ ହଜାର ଟଙ୍କା, ନଗଦ ୧୬ ହଜାର ୫ଶହ ଟଙ୍କା ଏକ ମୋବାଇଲ ଫୋନ, ବ୍ୟାଗ ଓଜନ କରିବା ମେସିନ,୍‌ ମାଉଜର ଏକ ରାଉଣ୍ଡ ଗୁଳି ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡି.ଆଇ.ଜି ଆଶିଷ କୁମାର ସିଂ ସୂଚନା ଦେଇଛନ୍ତି ।
ବିଶେଷ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ପୁଲିସ ଖୋର୍ଦ୍ଧା ଜଟଣୀ ବାଇପାସ ଛକ ଠାରେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରି ଅଭିଯୁକ୍ତ ମନୋରଂଜନ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଛନ୍ତି । ତେବେ ଆଦର୍ଶ ଥାନା ପୁଲିସ କେଶ ନଂ.୨୩୨/୦୮.୦୭.୨୦୨୦ ଦଫା ୨୧ (ସି) ୨୯ ଏନ୍‌.ଡ଼ି.ପି.ଏସ୍‌ ଆକଫ ୨୫ ଆର୍ମଆକଫରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ମନୋରଂଜନ ସାହୁଙ୍କ ବିରୋଧରେ ଏସ.ଟି.ଏଫ୍‌ ଇନିସ୍‌ପେକଫର ଭୁବନେଶ୍ୱର ଆଲୋକ କୁମାର ଜେନାଙ୍କ ଅଭିଯୋଗ କ୍ରମେ ଏକ ଏନ୍‌କାଉଣ୍ଟର ମାମଲା ରୁଜ୍ଜୁ ହୋଇଛି । ସେହିପରି ଚଳିତବର୍ଷ ଜୁନ ୧୪ରେ ସଦର ଥାନା ଅଧିନସ୍ଥ ଦଧିମାଛଗାଡ଼ିଆ ଠାରେ ଲାଲା ପ୍ରଧାନ ହତ୍ୟା ଘଟଣାରେ ସଦର ଥାନା ପୁଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସଂଜୟ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ମନୋରଞ୍ଜନକୁ ଗିରଫ କରିଛି । ତେବେ ଖୋର୍ଦ୍ଧା ଏସ.ଡ଼ି.ପି.ଓ ସୁସିଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗରିଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ନେଇ ଡ଼ି.ଆଇ.ଜି ଶ୍ରୀ ସିଂହ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ, ଏସ.ଡ଼ି.ପି.ଓ ସୁଶିଲ କୁମାର ମିଶ୍ର ଖୋରଧା ଆଦର୍ଶ ଥାନା ଅଧିକାରୀ ଉମା ଶଙ୍କର ସିଂହ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.