ଖୋର୍ଦ୍ଧା ଉପଖଣ୍ଡରେ ୩୦ ଯାଏଁ ଦିନ ୨ରୁ ସକାଳ ୬ଯାଏଁ ସଟଡାଉନ

0

ଖୋର୍ଦ୍ଧା : ଜୁନ ୧୬:ବେଳକୁ ବେଳ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖୋର୍ଦ୍ଧା ଉପଖଣ୍ଡକୁ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଆଜିଠାରୁ ୩୦ ତାରିଖ ଯାଏଁ ଦିନ ୨ଟା ରୁ ସକାଳ ୬ଟା ଯାଏଁ ସଟଡାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଔଷଧ ଦୋକାନ, କ୍ଳିନିକ୍‌, ପାର୍ଥୋଲାବ ଏବଂ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଜଣାଯାଇଛି । ତେବେ ଉଲଂଘନକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ମଧ୍ୟ ଜିଲ୍ଲାପାଳ ଶ୍ରୀ ରାଉତ ଆଦେଶ ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.