ଖରା ଦିନେ ଝଟକା୍ ଦେଲା ବର୍ଷା

ରାଜଧାନୀ ଭୁବନେଶ୍ୱରରେ ଦୁଇପ୍ରହରେ ଆରମ୍ଭ ହୋଇଥିଲା ଘୂର୍ଣ୍ଣିଝଡ଼ । ଏହା ପରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ହଠାତ କଳା ବାଦଲ୍ ମାଡ଼ିଆସିବା ସହ ଧୂଳି ହୋଇପଡ଼ିଥିଲା । ଆଜି ସକାଳୁ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଥିଲା । ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ ଅଧିକ ରହିବ । ଏହାପରେ ୮ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Comments are closed.