କ୍ୱାରେଣ୍ଟାଇନ୍‌ରେ କୁମ୍ଭାରପଡା ଥାନା ଆଇଆଇସିଙ୍କ ସମେତ ୩୦

Edited by Papu Mohanty

ଭୁବନେଶ୍ୱର : May 17: ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁରୀ କୁମ୍ଭାରପଡା ଥାନା ଆଇଆଇସିଙ୍କ ସମେତ ୩୦କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଥିଲା । କରୋନା ନମୁନା ପରୀକ୍ଷାରେ ତାର ପଜିଟିଭ ରିପୋର୍ଟ ଆସିବାରୁ ଏହି ପଦକ୍ଷେପ ନିଆଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସୋମବାର ସମସ୍ତଙ୍କ ସ୍ୱାବ୍‌ ପରୀକ୍ଷା କରାଯିବ । ରବିବାର ସମ୍ପୂର୍ଣ୍ଣ ଥାନାକୁ ସାନିଟାଇଜ୍‌ କରାଯାଇଛି । ଏହି ଖବର ପ୍ରସାରିତ ହେବାପରେ ପୁରୀ ପୋଲିସ ବାହିନୀରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଭୁବନେଶ୍ୱର ଜାଁଳା ଫାଣ୍ଡି ଓଆଇସିଙ୍କ ସମେତ ସମସ୍ଥ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ହୋଇଥିଲା । ଯେତେ ସଚେତନ ରହିଲେ ମଧ୍ୟ ପରିସ୍ଥିତିରେ ସଂକ୍ରମଣ ଶୀକାର ହେଉଛନ୍ତି ବିଭିନ୍ନ ପଦାଧିକାରୀ । ତେଣୁ କୁମ୍ଭାରପଡା ଥାନାର ୩୦କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ ନିର୍ଦ୍ଦେଶ ହେବାପରେ ପୋଲିସ ବାହିନୀ ସତର୍କ ଓ ସଚେତନ ରହିବାକୁ ବରିଷ୍ଠ ଅଧିକାରୀ ପରାମର୍ଶ ଦେଇଛନ୍ତି ।

Comments are closed.