କୋଭିଡ ନିୟମ ନ ମାନି ବାହାଘର କଲେ: ଗିରଫ ହେଲେ ବର ଓ ବର ପିତା

ବ୍ରହ୍ମପୁର : ଜୁଲାଇ ୫: ଗଂଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି I ଏହି ସମୟରେ ମଧ୍ୟ କରୋନା କଟକଣା କୁ ଖାତିର ନ କରି ଗୋପାଳପୁର ରେ ଥିବା ଗୋଟିଏ ତାରକା ହୋଟେଲ ରେ ଚାଲିଥିଲା କୃଷ୍ଣଚନ୍ଦ୍ର ସାହୁ ଙ୍କ ପୁଅର ବାହାଘର I ବାହାଘର ଉତ୍ସବ ରେ ସହସ୍ରାଧିକ ଲୋକ ଯୋଗ ଦେଇଥିଲେ ଏବଂ ପ୍ରଶାସନ ଦ୍ୱାରା କରାଯାଇଥିବା ସମସ୍ତ କୋଭିଡ ନିୟମ କୁ ନ ମାନି ବହୁ ଆଡମ୍ବରରେ ବିବାହ କାର୍ଯ୍ୟ କରାଯାଇଥିଲା I ଅଧିକାଂଶ ବରଯାତ୍ରୀ ବିନା ମାସ୍କ ରେ ଶୋଭାଯାତ୍ରା ରେ ସାମିଲ ହେଇଥିଲେ ଏବଂ ସାମାଜିକ ଦୂରତ୍ୱ ନ ରଖି ନାଚଗୀତ ରେ ମସଗୁଲ ଥିଲେ I
ଏହି ଦୃଶ୍ୟ ର ଭିଡ଼ିଓ viral ହେବ ପରେ ପ୍ରଶାସନ ନଜର କୁ ଆସିଲା ଏବଂ ଏଥିନେଇ ଥାନା ରେ ଏତଲା ଦିଆଯିବା ପରେ ବର ସହିତ ବାପା ଓ ଦାଦାକୁ ଗିରଫ କରାଗଲା। ପରେ ପରେ, ଏହି ଘଟଣାରେ, ପୋଲିସ ଏ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି I କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସମ୍ପୃକ୍ତ ହୋଟେଲ କୁ ୫୦ ହଜାର ତାଙ୍କର ଜୋରିମାନା ଦେବାକୁ ପଡିଛି I ଏହା ସହିତ ହୋଟଲ୍‌କୁ ସାତ ଦିନ ପାଇଁ ସିଲ କରି ଦିଆଯାଇଛି I

Comments are closed.