କୋଭିଡ୍‌-୧୯ ମୁକାବିଲାର ପ୍ରଥମ ଯୋଦ୍ଧା ଏମଏଚୟୁ ଆୟୁଷ ଡାକ୍ତରଙ୍କୁ ଚରମ ଅବହେଳା !

By Soumya Ranjan Mohanty

ବାରିପଦା, (ସବ୍ୟୁ) : May 17: ଏବେ ସାରାବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଏକ କରାଳରୂପ ନେଇଛି । ସେଥିରେ ଓଡିଶା ମଧ୍ୟ ବାଦ ଯାଇନାହିଁ । ରାଜ୍ୟସରକାର କୋଭିଡ୍‌-୧୯ ମହାମାରୀରେ କାର୍ଯ୍ୟ କରିବା ପାଇଁ ଆୟୂଷ (ଆରବିଏସକେ) (ଏମଏଚ୍‌ୟୁ) ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟସରକାର କୋଭିଡ୍‌-୧୯ ମହାମାରୀରେ ଆୟୂଷ ଡାକ୍ତରଙ୍କୁ ଦୈନିକ ୨୨ଶହ ଟଙ୍କା ଦେଉଛନ୍ତି, ଯାହାକି ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଏଠାରେ ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟସରକାର ରାଜ୍ୟରେ ବର୍ଷବର୍ଷ ଧରି ସ୍ୱଳ୍ପ ବେତନରେ ନିଃସ୍ୱାର୍ଥପର ଭାବରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯଥା ପୃଷ୍ଟିକର ଦିବସ, ରୋଗ ପ୍ରତିଷେଧନ, ବଟିକାକରଣ, ମ୍ୟାଲେରିଆ ନିରାକରଣ, କୁଷ୍ଠରୋଗ ନିରାକରଣ, ଯକ୍ଷ୍ମାରୋଗ, ମାନସିକ ରୋଗ, ବିଭିନ୍ନ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦିରେ କାର୍ଯ୍ୟରତ ଏବଂ ସବୁଠାରୁ ମୂଲ୍ୟବାନ ବିଷୟ ଦୀର୍ଘ ୩ମାସ ହେବ ବିଶ୍ୱମହାମାରୀ କୋଭିଡ୍‌-୧୯ରେ ୨୪ଘଣ୍ଟା କାମ କରୁଥିବା ରାଷ୍ଟ୍ରୀୟ ବାଲ୍‌, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ମୋବାଇଲ ହେଲଥ ୟୁନିଟ୍‌ର ଆୟୂଷ ଡାକ୍ତରଙ୍କ କଥା ସରକାର ଭୁଲିଯାଇଥିବା ମୟୂରଭଞ୍ଜ ଶାଖାର ଏମଏଚୟୁ କାର୍ଯ୍ୟରତ ସଂଘ ପକ୍ଷରୁ ସଭାପତି ଡାଃ ଉତ୍ତମ କୁମାର ଦାସ ଓ ସମ୍ପାଦକ ଡାଃ ଦେବାଶିଷ ଘଡେଇ ଦାବି କରିଛନ୍ତି । ରାଜ୍ୟସରକାର କୋଭିଡ୍‌-୧୯ରେ କାର୍ଯ୍ୟ କରିବା ପାଇଁ ଅଭିଜ୍ଞତା ନଥିବା ନୂତନ ଡାକ୍ତରଙ୍କ ଅଧିନରେ କାର୍ଯ୍ୟରତ ଜାତୀୟ ସ୍ୱାସ୍ଥ ମିଶନର ରାଷ୍ଟ୍ରୀୟ ବାଲ, ସ୍ୱାସ୍ଥ କାର୍ଯ୍ୟକ୍ରମ ଓ ମୋବାଇଲ ହେଲଥ ୟୁନିଟ୍ ଆୟୂଷ ଡାକ୍ତରଙ୍କୁ ଗୋଟିଏ ନିୟମିତ ଚତୁର୍ଥ ଶ୍ରେଣୀର କର୍ମଚାରୀ ଠାରୁ କମ ଦରମା ଦେଇ ଠକି ଚାଲିଛନ୍ତି । ଯଦି ରାଜ୍ୟସରକାର କୋଭିଡ୍‌-୧୯ କାର୍ଯ୍ୟ କରିବା ପାଇଁ ନୂତନ ଆୟୂଷ ଡାକ୍ତରଙ୍କୁ ଦୈନିକ ୨୨ଶହ ଟଙ୍କା ଦେଇ ରଖିଛନ୍ତି, ତାଲାହରେ ଦୀର୍ଘ ୩ମାସ ହେବ କୋଭିଡ୍‌-୧୯ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ମୋବାଇଲ୍ ହେଲଥ ୟୁନିଟରେ କାର୍ଯ୍ୟକ୍ରମ ଆୟୁଷ ଡାକ୍ତରଙ୍କୁ କଣ ପାଇଁ ଏତେ କମ ପାଉଣା ଦିଆଯାଉଛି ବୋଲି ସଂଘ ପକ୍ଷରୁ ଦାବି କରାଯିବା ସହ ବର୍ତ୍ତମାନର ଦରଦାମ ବୃଦ୍ଧିରେ ଏତିକି ସ୍ୱଳ୍ପ ଦରମାରେ ଘରସଂସାର ଚଳେଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତେଣୁ ଉଚିତ୍ ପାଉଣା ମଧ୍ୟ ଦେବା ପାଇଁ ଏଠାରେ ମୟୂରଭଞ୍ଜ ଶାଖାର ସଂଘ ସଭାପତି ଡାକ୍ତର ଶ୍ରୀ ଦାସ ଓ ସମ୍ପାଦକ ଡାକ୍ତର ଶ୍ରୀ ଘଡେଇ ଖୁବ୍ କ୍ଷୋଭ ସହ ପ୍ରକାଶ କରିଛନ୍ତି । ସଂଘର ସଭ୍ୟ ଡାଃ ସରୋଜ ନାଥ, ଡଃ ସବ୍ୟସାଚୀ ପ୍ରଧାନ, ଡାଃ ମୁରଲୀ ପାତ୫୍ର, ଡାଃ ପାର୍ଥସାରଥୀ ମହାରଣା, ଡାଃ ପ୍ରଣବ ମାହାନା, ଡଃ ଆଲ୍‌ଫା ମିଶ୍ର, ଡାଃ ସୋନାଲି ଦାସ, ଡାଃ ମଧୁସ୍ମିତା ସାହୁ ପ୍ରମୁଖ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ଆମକୁ ସଂଘରୋଧ ଗୃହ, ବସଷ୍ଟେସନ, ଜାମଶୋଳା ତଦଖିଗେଟ୍‌, କୋଭିଡ୍ ହସ୍ପିଟାଲ ପ୍ରଭୃତିରେ ନିୟୋଜିତ କରି ଦିନରାତି ଖାଲି କାମ ଆଦାୟ କରି ଚାଲିଛନ୍ତି ହେଲେ ସେମାନଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେଉନଥିବାବେଳେ ଆମେ ୨୪ଘଣ୍ଟା ଖୁବ୍ ସାହସର ସହ ଆଗ ଧାଡିର କୋଭିଡ୍‌-୧୯ର ଯୋଦ୍ଧା ହୋଇଅଛୁ, ତାହା ପୁଣି ବିନା କୌଣସି ପ୍ରଶିକ୍ଷଣରେ । ଏଠାରେ ସୂଚନାଯୋଗ୍ୟ ଯେ, ଆୟୂଷ ଡାକ୍ତରଙ୍କ କାମ କରିବାରେ କୌଣସି ଦ୍ୱିଧାନାହିଁ ହେଲେ ତାଙ୍କର ମୌଳିକ ଅଧିକାର, ଯାହାକି ସମାନ କାମକୁ ସମାନ ଦରମା, ସ୍ଥାୟୀ କରଣ କରିବା କାର୍ଯ୍ୟରେ ଗଭୀର ଚିନ୍ତା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ଆରବିଏସକେ ଏବଂ ଏମଏଚୟୁ ଆୟୂଷ ଡାକ୍ତରମାନେ ନୀଜ ଜୀବନକୁ ପାଣି ଛଡେଇ, ପରିବାରକୁ ପଛରେ ପକାଇ ନିଃସ୍ୱାର୍ଥପର ଭାବରେ ସେବା ଦଉଛନ୍ତି ।

Comments are closed.