କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଅଜସ୍ର ଶୁଭେଚ୍ଛା; ସାରା ଓଡ଼ିଶା ଗାଇଲା ‘ବନ୍ଦେ ଉତ୍କଳ ଜନନୀ’

ରିପୋର୍ଟ: ପପୁ ମହାନ୍ତି
ଭୁବନେଶ୍ୱର : ମେ ୩୦: କୋଭିଡ଼ ଯୋଦ୍ଧାଙ୍କ ପାଇଁ ରାଜ୍ୟବାସୀ ଓଜାଡି ଦେଇଛନ୍ତି ଅଜସ୍ର ଶୁଭେଚ୍ଛା । ଲୋକସେବା ଭବନ ସମେତ ବିଭିନ୍ନ ଦପ୍ତର ଓ ରାଜରାସ୍ତା ସବୁଠି ଦଳମତ ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶହଶହ ଜନତା ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ l କେବଳ ଜନତା ନୁହଁନ୍ତି ନେତା,ଅଭିନେତା, ଛାତ୍ରଛାତ୍ରୀ, ପୋଲିସ ବାହୀନି ସମସ୍ତେ ସାମିଲ ହୋଇଥିଲେ ଏଥିରେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସନ୍ଧ୍ୟା ୫ଟା୩୦ମିନିଟରେ ସର୍ବତ୍ର ଆରମ୍ଭ ହୋଇଯାଇଥିଲା ବନ୍ଦେ ଉକିଳ ଜନନୀ ଗାନ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ଗାଇଥିଲା ବେଳେ ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗାଇଥିଲେ ବନ୍ଦେ ଉକିଲ ଜନନୀ । ସେହିପରି ଲୋକସେବା ଭବନରେ ସହକର୍ମୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କମିଶନରେଟ ପୋଲିସ ଭବନ, କଟକ ପୋଲିସ ମୁଖ୍ୟାଳୟ, ରାଜଧାନୀର ପ୍ରମୁଖ ସ୍ଥାନ, କଂଗ୍ରେସ ଭବନ, ବିଜେପି ମୁଖ୍ୟାଳୟ, ବିଜେଡି ଅଫିସ, ବିଭିନ୍ନ ହସ୍ପିଟାଲ ଠାରେ ପୋଲିସ ଓ ବିଭିନ୍ନ ଦଳର ରାଜନେତା, କର୍ମୀ ଓ କର୍ମଚାରୀମାନେ ଏକ ସ୍ୱରରେ ବନ୍ଦେ ଉକିଳ ଜନନୀ ଗାନ କରିଥିଲେ । ରାଜମହଲ ଛକରୁ ଏୟାରପୋର୍ଟ ଛକ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଲୋକ ଓ ବିଭିନ୍ନ ସଙ୍ଗଠନ ଲାଇନ୍‌ ହୋଇ ଠିଆ ହେବା ସହ ବନ୍ଦେ ଉକିଳ ଜନନୀ ଗାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କରୋନା ଯୋଦ୍ଧାଙ୍କୁ ଯଥେଷ୍ଟ ଉସିାହିତ କରିବା ସହିତ ସମଗ୍ର ସହରରେ ଏକ ଦେଶପ୍ରେମର ଭାବ ସୃଷ୍ଟି କରିଥିଲା ।
ମେ ୩୦ରେ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ । ମହାମାରୀ କରୋନାକୁ ପ୍ରତିଦିନ ସାମ୍ନା କରୁଛନ୍ତି କୋଭିଡ୍‌ ଯୋଦ୍ଧା । ପ୍ରତିଟି କ୍ଷଣରେ ଏହାର ମୁକାବିଲା କରୁଛନ୍ତି । ଆମ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ସଜାଗ, ଏମାନେ । କୋଭିଡ୍‌ ହସ୍ପିଟାଲରେ କାମ କରୁଥିବା ଡାକ୍ତର, ପାରାମେଡିକାଲ୍‌ ଷ୍ଟାପ୍‌ କିମ୍ବା ଆମର ସୁରକ୍ଷା ପାଇଁ ୨୪ ଘଣ୍ଟା କାମ କରୁଥିବା ପୋଲିସ୍‌ ଅବା ସଫେଇ କାମରେ ଲାଗିଥିବା କର୍ମଚାରୀ । ଏହି ସମସ୍ତଙ୍କ ଅତୁଳନୀୟ ଅବଦାନ ପାଇଁ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ସମ୍ମାନ ଜଣାଇ ସାରା ଓଡ଼ିଶା ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ହିଁ ଆଜି ସମଗ୍ର ରାଜ୍ୟର କରୋନା ଯୋଦ୍ଧାଙ୍କ ପାଇଁ ଏକ ଭାବଉଦ୍ରେକ ପରିବେଶ ସୃଷ୍ଟି କରିବା ସହିତ କରୋନା ଯୋଦ୍ଧାଙ୍କୁ ଯୋଗାଇଥିଲା ଅଶେଷ ଉସିାହ । ତେବେ କେବଳ ଓଡ଼ିଶାରେ ନୁହେଁ ଅନ୍ୟ ରାଜ୍ୟ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରବାସୀ ମଧ୍ୟ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ ।

Comments are closed.