କେଶ କଳା କରିବାକୁ, ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ଅଗଷ୍ଟ ୨୧: ବିଭିନ୍ନ କାରଣରୁ ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ କେଶ ଧଳା ହେବାର ସମସ୍ୟା ଦେଖାଯାଉଛି । କମ୍‌ ବୟସରୁ କେଶ ପାଚିବା ପଛରେ ବହୁତ କାରଣ ଥାଏ । ବିଶେଷ କରି ମାନସିକ ଅସ୍ଥିରତା ଓ ଅସ୍ୱାସ୍ଥକର ଲାଇଫ୍‌ଷ୍ଟାଇଲ୍‌ । ହେଲେ, ପାଚିଲା ଧଳା କେଶକୁ କଳା କରିବା ପାଇଁ ଲୋକ କେମିକାଲ୍‌ ଯୁକ୍ତ ତେଲ ବା ହେୟାର୍‌ କଲର୍‌ ଉପରେ ନିର୍ଭର କରିଥାନ୍ତି, ଯାହା କେଶକୁ ଅଧିକ ଖରାପ କରିଥାଏ । ଏପରି କ୍ଷେତ୍ରରେ କିଛି ଘରୋଇ ଉପଚାରରେ କେଶକୁ କଳା କରିବା ସହିତ ସୁସ୍ଥ ରଖନ୍ତୁ ।
ଅଁଳାର ବ୍ୟବହାର- ଅଂଳା ଔଷଧୀୟ ଗୁଣରେ ଭରପୁର । କେଶ ପାଇଁ ମଧ୍ୟ ଅଁଳା ଏକ ଉପଯୁକ୍ତ ପ୍ରାକୃତିକ ଔଷଧ । ଅଁଳ ଗୁଣ୍ଡକୁ ପାଣିରେ ଫୁଟାଇବେ । ପାଣି ଫୁଟି ଅଧା ହେଲା ପର୍ଯ୍ୟନ୍ତ ତାହାକୁ ଫୁଟାଇବେ । ଏହାପରେ ସେହି ପାଣିରେ ଗୁଣ୍ଡ ମେହେନ୍ଦି ଓ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ । ଏହିପରି ପ୍ରକ୍ରିୟା କଲେ କେଶ ଧୀରେ ଧୀରେ ପ୍ରାକୃତିକ କଳା ରଙ୍ଗ ପାଇଥାଏ ।
କେଶରେ ଦହିର ବ୍ୟବହାର-ଦହି କେଶରେ କଣ୍ଡିସନର ଭଳି କାର୍ଯ୍ୟ କରେ । ଦହିରେ ଟମାଟୋ ରସ, ଲେମ୍ବୁ ରସ ଓ ନୀଳଗିରି ତେଲ ମିଶାଇ ମୁଣ୍ଡରେ ମାଲିସ କରନ୍ତୁ । ଏହି ପ୍ରକ୍ରିୟାକୁ ସପ୍ତାହରେ ଦୁଇରୁ ତିନି ଥର କରନ୍ତୁ । ଏହା କେଶକୁ କଳା କରିବା ସହିତ ମଜଭୁତ କରିଥାଏ ।
ଅଦା ଓ ମହୁ- ଅଦା ରସ ସହିତ ମହୁକୁ ମିଶାଇ କେଶରେ ଲଗାନ୍ତୁ । ଅତିକମ୍‌ରେ ସପ୍ତାହକୁ ଥରେ ବା ଦୁଇ ଥର ଏହାକୁ ମାଲିସ କରିବା ଦ୍ୱାରା କେଶ ଧଳାହେବା ଧିରେ ଧିରେ ହ୍ରାସ ପାଇଥାଏ ।
ନଡ଼ିଆ କିମ୍ବା ଅଲିଭ ତେଲ- ନଡ଼ିଆ କିମ୍ବା ଅଲିଭ ତେଲକୁ ଅଳ୍ପ ଉଷୁମ କରି ସେଥିରେ ୪ ଗ୍ରାମ କର୍ପୁର ମିଶାନ୍ତୁ । କର୍ପୁର ତେଲରେ ଭଲ ଭାବେ ମିଳେଇ ଗଲେ, ତେଲକୁ କେଶରେ ମାଲିସ କରନ୍ତୁ । ଏହାପରି କଲେ ଖୁବ୍‌ କମ୍‌ ଦିନ ମଧ୍ୟରେ କେଶ କଳା ହୋଇଥାଏ ।
ଲାଉ ଓ ନଡ଼ିଆ ତେଲ-ଲାଉକୁ ଛୋଟ ଛୋଟ ଖଣ୍ଡ କରି ନଡ଼ିଆ ତେଲରେ ଫୁଟାନ୍ତୁ । ଲାଉ ତେଲରେ ଭଲଭାବେ ଛାଣି ହୋଇଗଲେ, ଲାଉକୁ ତେଲରୁ ଛାଣି ଦିଅନ୍ତୁ । ଏହାପରେ ତେଲ ଥଣ୍ଡା ହୋଇଗଲେ କେଶରେ ମାଲିସ କରନ୍ତୁ । ଲାଉ ଧଳା କେଶ ପାଇଁ ଲଭ ।

Comments are closed.