କେନ୍ଦ୍ରରୁ ମିଳିଲା ସବୁଜ ସିଙ୍କେତ; ଗୁରୁତର ଆକ୍ରାନ୍ତଙ୍କୁ ଡେକ୍ସାମେଥାସୋନ

0

ଭୁବନେଶ୍ୱର: ଜୁନ ୨୭: କୋଭିଡ-19 ମାମଲାଗୁଡିକର ସୁପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ପରିବର୍ତ୍ତିତ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଜାରି କରିଛି । ଏଥିରେ ସ୍ଵଳ୍ପରୁ ଅଧିକ ଲକ୍ଷଣ ଥିବା କରୋନା ପାଇଁ Methylprednisoloneର ବିକଳ୍ପ ଭାବେ Dexamethasone ଔଷଧ ପାଇଁ ଅନୁମତି ଦିଆଯାଇଛି । ପ୍ରମାଣ ଓ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଏହି ଔଷଧ ପ୍ରୟୋଗ ପାଇଁ ମନ୍ତ୍ରଣାଳୟ ସୁପାରିଶ କରିଛି । ଏହି Dexamethasone ଔଷଧ ବିଭିନ୍ନ ଆଣ୍ଟିଇନକ୍ଲାମେଟୋରି ଅବସ୍ଥା ଥିବା ରୋଗୀମାନଙ୍କୁ ଦିଆଯାଇଥାଏ । ଏହି ଔଷଧ କୋଭିଡ-19 ଦ୍ଵାରା ସଂକ୍ରମିତ ସାଂଘାତିକ ରୋଗୀମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇ ସୁଫଳ ମିଳିଥିବା ଜଣାପଡିଛି । ଏହି ଔଷଧ ମଧ୍ୟ ଜାତୀୟ ଅତ୍ୟାବଶ୍ୟକ ତାଲିକା ସୂଚିରେ ରହିଛି । ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପ୍ରୀତି ସୁଦାନ ଏହି ସବିଶେଷ ନିୟମାବଳୀ ସମ୍ପର୍କରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅବଗତ କରାଇଛନ୍ତି । ଏସମ୍ପର୍କିତ ସବିଶେଷ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ https://www.mohfw.gov.in/pdf/ClinicalManagementProtocolforCOVID19dated27062020.pdf ମିଳିପାରିବ ।

ଗତ 13 ତାରିଖ ଦିନ ସର୍ବଶେଷ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଜାରି କରାଯାଇଥିଲା ।

Leave A Reply

Your email address will not be published.