କାଶ ହେଉଥିଲେ, ଦୂରାନ୍ତୁ ଏସବୁ ଖାଦ୍ୟ

ଭୁବନେଶ୍ୱର:ଅଗଷ୍ଟ ୨୦: ମୌସୁମୀରେ ଜୀବାଣୁ ଜନିତ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ବିଶେଷକରି ଥଣ୍ଡା, କାଶ, ମୁଣ୍ଡ ବିନ୍ଧା, ଶରୀର ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ଥଣ୍ଡା ଜ୍ୱର ସହ କାଶ ହେଲେ, ଔଷଧ ସେବନ ଦ୍ୱାରା ଯଦିଓ ଜ୍ୱର କମିଯାଏ କିନ୍ତୁ କାଶ ପ୍ରାୟତଃ ତୁରନ୍ତ କମିନଥାଏ, ବହୁ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହି ପରିସ୍ଥିତିରେ କାଶର ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତରମାନେ କିଛି ଖାଦ୍ୟଠାରୁ ଦୂରେଇ ରହିବା ପାଇଁ ବିଶେଷ ପରାମର୍ଶ ଦେଇଥାନ୍ତି । ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।
କ୍ଷୀର-କାଶ ସମୟରେ କ୍ଷୀରଠାରୁ ଦୂରେଇ ରହିବା ଭଲ । କ୍ଷୀର ଛାତିରେ କଫ ସୃଷ୍ଟି କରେ । ଫଳରେ କାଶ କମିବା ପରିବର୍ତ୍ତେ ଅଧିକ ହୋଇ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ । କ୍ଷୀର ସହିତ କ୍ଷୀର ଜାତୀୟ ଖାଦ୍ୟ ଯେପରୀ ଦହି,ଲହୁଣି,ଛେନା ଆଦି ଖାଦ୍ୟଠୁ ଦୂରେଇ ରୁହନ୍ତୁ ।
ଭାତ-ଭାତ ଶରୀରକୁ ଥଣ୍ଡା ରଖେ । ଭାତ ଖାଇଲେ ମୁ୍ୟକସ୍‌ ବା ଶ୍ଲେଷା ଶରୀରରେ ବୃଦ୍ଧି ପାଇଥାଏ । ମୌସୁମୀଜନିତ କାଶ ହେଉଥିଲେ ଗଳା ଖରାପ ହେବାର ଆଶଙ୍କା ବଢ଼ିଥାଏ । ଏଣୁ ଡ଼ାକ୍ତରମାନେ ଭାତ, ପଖାଳ ଭାତ, ଦହି, ମସଲା ଯୁକ୍ତ ଖାଦ୍ୟ, କଦଳୀ ଆଦି ଖାଦ୍ୟକୁ ବାରଣ କରନ୍ତି ।
ଚିନି- କାଶ ହେଉଥିଲେ ଚିନି ଖାଇବା ଅନୁଚିତ୍‌ । ଚିନି ଶରୀରର ଇମୁ୍ୟନ୍‌ ଶକ୍ତିକୁ ଦୁର୍ବଳ କରି ମୌସୁମୀଜନିତ ଜୀବାଣୁକୁ ଶରୀରକୁ ଆମନ୍ତ୍ରଣ କରେ ।
କଫି-କଫି ଯୁକ୍ତ ଖାଦ୍ୟ କାଶ ସମୟରେ ଗ୍ରହଣ କରାବା ଅନୁଚିତ୍‌ । କଫି ଗଳାର ସମାଂସପେଶୀକୁ ଶୁଷ୍କ କରି କାଶ ସମସ୍ୟା ବୃଦ୍ଧି କରେ ।
ଛଣା ଖାଦ୍ୟ-ମୌସୁମୀ ସମୟରେ ଗରମ ଗରମ ପକୁଡ଼ି କିମ୍ବା ଛଣା ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ତେଲ ଯୁକ୍ତ ଖାଦ୍ୟ ଗଳାର କ୍ଷତି କରିବା ସହିତ କାଶ ବୃଦ୍ଧି କରେ ।
ପ୍ୟାକେଟ ଖାଦ୍ୟ-ବଜାରରେ ମିଳୁଥିବା ପ୍ୟାକେଟ୍‌ ଖାଦ୍ୟ ପ୍ରତି ଆମେ ବିଶେଷ ଆକର୍ଷିତ ହେଉ । ଏହା ଶରୀର ପାଇଁ କ୍ଷତିକାରକ । ପ୍ୟାକେଟରେ ମିଳୁଥିବା ରନ୍ଧା ଖାଦ୍ୟ,ପାନୀୟ ଆଦି ଖାଦ୍ୟ ଶରୀରକୁ ଦୁର୍ବଳ କରିଥାଏ ।
ଥଣ୍ଡା ପାନୀୟ-ମୌସୁମୀ ଜନିତ କାଶ ହେଉଥିଲେ, ଥଣ୍ଡା ପାଣି, କୋଲ୍‌ଡ୍ରିଙ୍କସ୍‌ କିମ୍ବା ଆଇସ୍‌କ୍ରିମ୍‌ ଠାରୁ ଦୂରେଇ ରୁହନ୍ତୁ । ଏହା କାଶକୁ ବଢ଼ାଇ ଥାଏ ।

Comments are closed.