କାଶ୍ମୀର ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବ ତାଲିବାନ

0

ନୂଆଦିଲ୍ଲୀ: ସେପ୍‌ଟେମ୍ବର ୩: ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଥିବା ତାଲିବାନ କାଶ୍ମୀରକୁ ନେଇ ବଡ଼ ଚେତାବନୀ ଦେଇଛି । ତାଲିବାନ ମୁଖପାତ୍ର ସୁହୈଲ ଶାହିନ କହିଛନ୍ତି, କାଶ୍ମୀରର ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବା ଆମ ଅଧିକାର ରହିଛି । ତାଲିବାନକୁ ବ୍ୟବହାର କରି କାଶ୍ମୀରରେ ମୁସଲମାନଙ୍କୁ ଉସୁକାଇବାକୁ ତାଲିବାନ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ୁଛି । ସୁହୈଲ କହିଛନ୍ତି, ମୁସଲମାନ ଭାବେ ଭାରତର କାଶ୍ମୀର ହେଉ ଅବା କୌଣସି ଦେଶରେ ମୁସଲମାନଙ୍କ ଲାଗି ସ୍‌୍ୱର ଉଠାଇବା ତାଲିବାନର ଅଧିକାର । ଆମେ ସ୍ୱର ଉଠାଇବୁ କହିବୁ, ମୁସଲମାନ ଆପଣଙ୍କ ଲୋକ, ଆପଣଙ୍କ ଦେଶର ନାଗରିକ । ଆପଣଙ୍କ ଆଇନ୍‌ ଅନୁସାରେ ସମସ୍ତେ ସମ୍ମାନ । ଏହା ପୂର୍ବରୁ ତାଲିବାନ ମୁଖପାତ୍ର ମୁଜାହିଦ କହିଥିଲା, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ସକରାତ୍ମକ ଦୃଷ୍ଟିକୋଣ ରଖିବା ଉଚିତ୍‌ । ଉଭୟ ଦେଶ ଏକାଠି ବସି ବିବାଦକୁ ତୁଟାଇବା ଆବଶ୍ୟକ । ଆମେ ପଡ଼ୋଶୀ ହୋଇଥିବାରୁ ଜଣଙ୍କର ହିତ ଅନ୍ୟ ଜଣଙ୍କ ସହ ଜଡ଼ିତ । ଭୟରେ ହଜାର ହଜାର ଆଫଗାନବାସୀ ଦେଶ ଛାଡ଼ିବା ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି । ଏମିତି ଅବସ୍ଥାରେ ପାକିସ୍ତାନ ସୀମାନ୍ତ ସ୍ପିନ୍‌-ବଦଲାକ-ଚମନ ଅଞ୍ଚଳରେ ଦଳାଚକଟା ହୋଇଥିବାର ସୂଚନା ମିଳିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତାହତ ନେଇ ବିଶେଷ ତଥ୍ୟ ମିଳିନାହିଁ । ଏଭଳି ଅବସ୍ଥା ଦେଖି ପାକିସ୍ତାନ ଏହାର ଆଫଗାନିସ୍ତାନ ସଂଲଗ୍ନ ସୀମାକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି । ସେହିଭଳି ପଞ୍ଜଶିରରେ ମହମ୍ମଦ ଆବାସଙ୍କ ନେତୃିତ୍ୱାଧୀନ ନଦର୍ଣ୍ଣ ଆଲାଏନ୍ସ ବାହିନୀ ତାଲିବାନ ସହିତ ଘମାଘୋଟ ଲଢ଼େଇରେ ଲାଗିଛନ୍ତି । ତାଲିବାନ ଏହି ପ୍ରଦେଶର ଚାରିପଟୁ ଘେରି ରହିଥିଲେ ମଧ୍ୟ ଭିତରକୁ ପ୍ରବେଶ କରିପାରୁ ନାହାନ୍ତି । ବାହିନୀ କୌଣସି ପରିସ୍ଥିତି ହାର ମାନିବ ନାହିଁ ବୋଲି ଆବାସ ଘୋଷଣା କରିଛନ୍ତି ।

Leave A Reply

Your email address will not be published.