କାଶ୍ମୀରର ଭାସମାନ ଡ଼ାକଘର

ଭୁବନେଶ୍ୱର: ଅଗଷ୍ଟ ୨୦: ଆଜିକାଲିର ଡିଜିଟାଲ ଯୁଗରେ ଡାକଘର କଥା ଯୁବପିଢ଼ି ଭୁଲିବାକୁ ଲାଗିଲେଣି । ହେଲେ କାଶ୍ମୀରରେ ଏମିତି ଏକ ଡ଼ାକଘର ରହିଛି, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । କାଶ୍ମୀର ଡ଼ାଲ ହ୍ରଦରେ ଥିବା ଏହି ଭାସମାନ ଡ଼ାକଘର ପ୍ରାୟ ୨୦୦ ବର୍ଷର ପୁରୁଣା । ଉକ୍ତ ଭାସମାନ ଡ଼ାକଘର ବ୍ରିଟିଶ ସମୟରୁ ରହିଛି । ବର୍ତ୍ତମାନ ବି ଡ଼ାକଘର ହ୍ରଦରେ ରହୁଥିବା ଲୋକମାନଙ୍କୁ ଚିଠି ଓ କୁରିଅର ବିତରଣ କରେ । ଏହା ଦୁନିଆର ଏକମାତ୍ର ଭାସମାନ ଡ଼ାକଘର ।
ବହୁ ବର୍ଷ ପୂର୍ବରୁ ଏକ ଚିଠି ବିତରଣ କରିବା ପାଇଁ ଶିକାରା ଡ଼ଙ୍ଗାରେ ବସି ଡ଼ାଲ ହ୍ରଦରେ ଯାଉଥିବା ଜଣେ ପୋଷ୍ଟମ୍ୟାନଙ୍କୁ ପ୍ରଥମେ ଏହି ଭାସମାନ ଡ଼ାକଘରର ଚିନ୍ତା ଆସିଥିଲା । ଶିକାରା ହେଉଛି ଏକ କାଠରେ ନିର୍ମିତ ବୋଟ୍‌ । ସେହି ଡ଼ାକଘର ବୋଟ୍‌ରେ ସମସ୍ତ ସେବା ଉପଲବ୍ଧ ରହିଛି । ସେଠାରେ ଏକ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳିତ । କିନ୍ତୁ ଏହା ଏକ ଅସ୍ଥାୟୀ ଡ଼ାକଘର । ସେହି ଡ଼ାକଘରର ଫଟୋ ଉଠାଇବା ପାଇଁ ପର୍ଯ୍ୟଟକ ଆସିଥାନ୍ତି ଓ ସେମାନେ ଡ଼ାକଘରୁ ସ୍ୱତନ୍ତ୍ର କଭର, ପୋଷ୍ଟକାର୍ଡ ଏବଂ ଟିକେଟ୍‌ କିଣି ସାଙ୍ଗରେ ନେଇଥାନ୍ତି । ସ୍ଥାନୀୟ ଲୋକଙ୍କ ମତରେ, ଇଣ୍ଟରନେଟ୍‌ ଯୁଗରେ କାହାକୁ ଚିଠି ମିଳିଲେ ମନ ଭାବପ୍ରବଣ ହୋଇଉଠେ । ଭାସମାନ ଡ଼ାକଘର ଦ୍ୱାରା ଚିଠି ପାଇବା ଦ୍ୱାରା ଭିନ୍ନ ଏକ ଆନନ୍ଦ ମିଳିଥାଏ ।

Comments are closed.