କାଳିଆ ଟଙ୍କା ପାଇଁ କୃଷିମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣା

ଭୁବନେଶ୍ୱର: ସରକାର କହିଥିଲେ କାଳିଆ ଯୋଜନାରେ ସବୁ ଚାଷୀଙ୍କୁ ଟଙ୍କା ମିଳିବ । କିନ୍ତୁ ୨୫ ପ୍ରତିଶତ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା ବେଳେ ବାକି ୭୫ ପ୍ରତିଶତ ଚାଷୀଙ୍କୁ କାଳିଆ ଟଙ୍କା ଏ ପର୍ଯ୍ୟନ୍ତ ମିଳିନି । ଏହି ଦାବି ନେଇ ଆମେ ଆଜି କୃଷି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛୁ । କିନ୍ତୁ ପୋଲିସ ଆମକୁ ଏଠି ବସାଇ ନ ଦେଇ ଟାଣ ଓଟରା କରୁଥିବା ଗଣ ମାଧ୍ୟମକୁ କହିଛନ୍ତି ଜଣେ ବିକ୍ଷୋଭକାରୀ ।

‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ବହୁ ହିତାଧିକାରୀ ଧାରଣାରେ ବସିଥିଲେ। ହେଲେ ସେମାନଙ୍କୁ ସେଠାରୁ ପୁଲିସ୍‌ ଉଠାଇ ନେଇଥିଲା।

ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ ଆଜି ସକାଳେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ। ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ ନେଇଥିଲା।

Comments are closed.