କାରଗିଲ ବିଜୟ ଦିବସ: ୨୧ବର୍ଷ ପୁରିଲା, ହୋଇପାରିଲାନି ନିରଞ୍ଜନଙ୍କ ସ୍ମୃତିରେ ପାର୍କ ଓ ଲାଇବ୍ରେରୀ

0

ଭୁବନେଶ୍ୱର : କାରଗିଲ ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ସହିଦଙ୍କ ମଧ୍ୟରେ ଥିଲେ ଭଦ୍ରକ ଚାନ୍ଦବାଲି ବ୍ଲକ ପାଙ୍ଗୁଡା ଗାଁର ନିରଞ୍ଜନ ବେହେରା । ଗାଁ ପୁଅକୁ ହରାଇ ଏବେ ଝୁରୁଛି ଗାଁ ମାଟି । ନିରଞ୍ଜନଙ୍କୁ ଝୁରୁଛନ୍ତି ବୃଦ୍ଧ ବାପା ଓ ପନିୀ । ମାତ୍ର ୧୬ ବର୍ଷ ବୟସରେ ସେନା ବାହିନୀରେ ନିରଞ୍ଜନ ଯୋଗ ଦେଇଥିଲେ । କାର୍ଗିଲ ଯୁଦ୍ଧ ସରିଆସିଲାଣି ଓ ସେ ଶୀଘ୍ର ଘରକୁ ଫେରିବେ ବୋଲି ଘରକୁ ଚିଠି ଲେଖିଥିଲେ । ମାତ୍ର ବିଧିର ବିଧାନ ଥିଲା ବିଚିତ୍ର । ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୮ ବର୍ଷ ବୟସରେ ନିରଞ୍ଜନ ପ୍ରାଣ ହରାଇଥିଲେ । ବର୍ତମାନ ନିରଞ୍ଜନ ବେହେରାଙ୍କ ପୁଅ ସମ୍ବିତ ବେହେରା ୨୪ ବର୍ଷରେ ପଦାର୍ପଣ କରିଛନ୍ତି । ବାପାଙ୍କୁ ଝୁରୁଛନ୍ତି ସେ । ପନିୀ ସନ୍ଧ୍ୟାରାଣୀ ଚାନ୍ଦବାଲି ତହସିଲରେ ନିଯୁକ୍ତି ପାଇଛନ୍ତି । ପୁଅ କୋଲାକତାରେ କାମ କରୁଛନ୍ତି । ସହିଦଙ୍କ ଗାଁରେ ଏକ ପାର୍କ, ଲାଇବ୍ରେରୀ ଓ ଏକ କ୍ଲବ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୃତି ଦିଆଯାଇଥିଲା । କି;ୁ ଏହା ବର୍ତମାନ ସୁଦ୍ଧା ପାଳନ ହୋଇନାହିଁ । ୨୧ ବର୍ଷ ପରେ ବି ସହିଦଙ୍କ ସମାଧି ପୀଠ ଅବହେଳିତ ଅବସ୍ଥାରେ ଥିଲାବେଳେ କେବେ ଆଉ ନିରଞ୍ଜନଙ୍କ ନାଁରେ ହେବ ପାର୍କ ଓ ଲାଇବ୍ରେରୀ ସେ ନେଇ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

Leave A Reply

Your email address will not be published.