କରୋନା : ସୁସ୍ଥ ହେଲେ ଆଉ ୧୭୮

ଭୁବନେଶ୍ୱର : ଜୁନ ୭: ରବିବାର ଦିନ ସୁସ୍ଥ ହୋଇଛନ୍ତି ୧୭୮ ଆକ୍ରାନ୍ତ । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮୯୪ରେ ପହଞ୍ଚିଛି । ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩୯ ଜଣ ଖୋର୍ଦ୍ଧାର, ୨୩ ଗଜପତିର, ୨୨ ନୂଆପଡାର , ୧୭ ଭଦ୍ରକର, ୧୫ ନୟାଗଡର, ୧୪ ଗଞ୍ଜାମର, ୧୦ ଜଣ କେନ୍ଦ୍ରାପଡାର, ୯ ଜଣ ଢେଙ୍କାନାଳର ଅଛନ୍ତି । ସେହିପରି କନ୍ଧମାଳରୁ ୯, ସୁନ୍ଦରଗଡରୁ ୬ ଓ ବାଲଶ୍ୱରରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀର, କଟକ ଓ ମାଲକାନଗିରିର ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ରହିଥିବା ଜଣାପଡିଛି ।

Comments are closed.